ମୁମ୍ବାଇ: ବଲିଉଡରେ ସବୁଠୁ ଶୀଘ୍ର ଓ ଆଉ ଅଧିକ କାମ କରିବା ତାଲିକାରେ ସବୁବେଳେ ଖିଲାଡି ଅକ୍ଷୟ କୁମାରଙ୍କ ନାମ ପ୍ରଥମେ ଆସେ । ଅକ୍ଷୟ ଏମିତି କଳାକାର ଭାବରେ ବିବେଚନା ହୁଅନ୍ତି ଯିଏ କ୍ରମାଗତ ଭାବରେ କାର୍ଯ୍ୟ କରନ୍ତି । ଆଉ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସନ୍ତି । ଏବର୍ଷ ମଧ୍ୟ ତାଙ୍କ ‘ଲକ୍ଷ୍ମୀ’, ‘ସୂର୍ଯ୍ୟବଂଶୀ’, ‘ବେଲ ବଟମ2, ‘ପୃଥ୍ବୀରାଜ’, ‘ବଚ୍ଚନ ପାଣ୍ଡେ’ ଓ ‘ଅତରଙ୍ଗୀରେ’ ରିଲିଜ ହେବ । ଯାହାକୁ ନେଇ ଏକ୍ସାଇଡେଟ ଦର୍ଶକ। ହେଲେ ଏଥର ଅକ୍ଷୟଙ୍କ ପଥ ଅନୁସରଣ କରିଛନ୍ତି ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ।
କାରଣ ଆଗାମୀ ସମୟରେ ତାଙ୍କର 8ଟି ଫିଲ୍ମ ପରଦାରେ ଦେଖିବେ ଦର୍ଶକ । ସର୍ବପ୍ରଥମେ ‘ଲୁଡୋ’ ରିଲିଜ ହେବ । ଏହି ମଲ୍ଟି ଷ୍ଟାରର ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି ପପୁଲାର ନିର୍ଦ୍ଦେଶକ ଅନୁରାଗ ବାସୁ ।
ଏହା ପରେ ପିଟି ମାଷ୍ଟର ସାଜି ‘ଛଲାଙ୍ଗ’ରେ ଦେଖାଯିବେ ସେ । ଫିଲ୍ମରେ ତାଙ୍କ ସହ ପ୍ରଥମଥର ରୋମାନ୍ସ କରିବେ ନୁସରତ ଭରୁଚା ।
ସେହିପରି ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ବଧାଇ ହୋ’ର ଦ୍ବିତୀୟ ପାର୍ଟ ‘ବଧାଇ ଦୋ’ ପାଇଁ ରାଜକୁମାର ଓ ଭୂମି ପେଡନେକର ହାତ ମିଶାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ହର୍ଷବର୍ଦ୍ଧନ କୁଲକର୍ଣ୍ଣି ।