ଓଡିଶା

odisha

ETV Bharat / sitara

ଜାଣନ୍ତୁ କିପରି ଜନ୍ମଦିନ ପାଳିବେ ମାଧବନ... - ଅଭିନେତା ଆର ମାଧବନଙ୍କ ନ୍ୟୁଜ

ଜୁନ 1ରେ ମାଧବନଙ୍କ 50ତମ ଜନ୍ମଦିନ । ହେଲେ ଜନ୍ମଦିନ ପୂର୍ବରୁ ସେ ଏହାର ସେଲିବ୍ରେଶନକୁ ନେଇ ସେ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : May 31, 2021, 9:08 AM IST

ମୁମ୍ବାଇ: ଅଭିନେତା ଆର ମାଧବନ୍ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଇଁ କରିଥିବା ପ୍ଲାନିଂ ସେୟାର କରିଛନ୍ତି । ଅଭିନେତା ରବିବାର ଦିନ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ, ମହାମାରୀ ଚାଲିଥିବାରୁ ସେ ତାଙ୍କ ନିକଟତମ ଲୋକଙ୍କ ସହ ଶାନ୍ତରେ ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି।

ସେହିପରି ସେ ନିଜ ନୂଆ ପୋଷ୍ଟରେ ଲେଖିଛନ୍ତି, ‘ହାଲୋ ମୋର ସୁନ୍ଦର ଟ୍ବିପଲ୍ । ମୋର ହୃଦୟରୁ ସମସ୍ତ ପ୍ରେମ ପାଇଁ ଧନ୍ୟବାଦ ଜଣାଉଛି । ଯାହା ଘଟିଛି ଏବଂ ଆମ ଚାରିପାଖରେ ଘଟୁଛି, ତାହା ବିଚାରକୁ ନେଇ, ମୁଁ ମୋର ଜନ୍ମଦିନକୁ ଛାଡି କିଛି ପାଳନ କରିବାକୁ କଳ୍ପନା କରିପାରିବି ନାହିଁ । ମୁଁ ଏହାକୁ ଶାନ୍ତିରେ ପାଳନ କରିବା ସହ ମୋର ଘନିଷ୍ଠମାନଙ୍କ ସହିତ ଦିନ ବିତାଇବାକୁ ଚାହୁଁଛି ।’ ପ୍ରକାଶ ଥାଉକି ଆସନ୍ତା ଜୁନ 1 ତାରିଖରେ 50 ବର୍ଷରେ ପଦାର୍ପଣ କରିବେ ଅଭିନେତା ।

ଯଦି ମାଧବନଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ବାସ୍ତବ କାହାଣୀ ଆଧାରିତ ଫିଲ୍ମ ‘ରକେଟ୍ରି’ରେ ନଜର ଆସିବେ । ଯେଉଁଥିରେ ସେ ଲେଖକ, ନିର୍ଦ୍ଦେଶକ ଓ ଅଭିନେତା ରୂପେ କାମ କରୁଛନ୍ତି । ଫିଲ୍ମର କାହାଣୀ ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ୍ ଇଞ୍ଜିନିୟର ନାମ୍ବି ନାରାୟଣନ ଜୀବନୀ ନେଇ ଆଧାରିତ। ଯାହା ଝଲକ ଫିଲ୍ମର ଟ୍ରେଲରରେ ନିକଟରେ ଦେଖିବାକୁ ମିଳିଥିଲା ।

@IANS

ABOUT THE AUTHOR

...view details