ଓଡିଶା

odisha

ETV Bharat / sitara

ମାଧବନ@51, କେମିତି ଥିଲା ଛୋଟ ପରଦାରୁ ବଲିଉଡ ଯାତ୍ରା... - ଆର ମାଧବନଙ୍କ ଟିଭି କ୍ୟାରିୟର

ଆଜି 51 ବର୍ଷରେ ପାଦ ଥାପିଛନ୍ତି ଅଭିନେତା ଆର ମାଧବନ । ଛୋଟ ପରଦାରୁ ଆସି ବଡ ପରଦାରେ ସାଜିଲେ ଲୋକପ୍ରିୟ ଅଭିନେତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 1, 2021, 8:21 AM IST

ମୁମ୍ବାଇ: ଅଭିନେତା ଆର ମାଧବନ ବଲିଉଡ ଏବଂ ତାମିଲର ଅନେକ ହିଟ୍ ଫିଲ୍ମରେ କାମ କରି ପ୍ରଶଂସକଙ୍କ ମନ କିଣିଛନ୍ତି । ମାଧବନଙ୍କୁ ଇଣ୍ଡଷ୍ଟ୍ରିର ଅନେକ ନାମରେ ଡକାଯାଏ । ମାଧବନଙ୍କର ସମ୍ପୂର୍ଣ୍ଣ ନାମ ରଙ୍ଗନାଥନ୍ ମାଧବନ କିନ୍ତୁ ସେ ମ୍ୟାଡି, ମ୍ୟାଡି ଭାଇଜାନ୍, ମ୍ୟାଡି ଚେଟା, ମ୍ୟାଡି ଆନ୍ନା ଭାବରେ ମଧ୍ୟ ଜଣାଶୁଣା । ନିଜ ଫିଲ୍ମ କ୍ୟାରିୟରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଦମଦାର ଅଭିନୟ ଆଜି ତାଙ୍କୁ ଲୋକପ୍ରିୟ ହିରୋ କରିଛି । ଆଜି ଏହି ଅଭିନେତାଙ୍କ 51ତମ ଜନ୍ମଦିନ । ତେବେ ଏହି ଅବସରରେ ଆସନ୍ତୁ ନଜର ପକାଇବା ତାଙ୍କ ଫିଲ୍ମ କ୍ୟାରିୟର ଉପରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

1970 ଜୁନ 1ରେ ଜନ୍ମ ଗ୍ରହଣ କରିଥିଲେ ମାଧବନ । ଅଭିନୟ ଦୁନିଆରେ ପାଦ ରଖିବା ପୂର୍ବରୁ ସେ ଜଣେ ଶିକ୍ଷକ ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ମାଧବନଙ୍କ ନାମ ଇଣ୍ଡଷ୍ଟ୍ରିରେ ସେହି ଅଭିନେତାଙ୍କ ମଧ୍ୟରେ ସାମିଲ ଯିଏ ସବୁବେଳେ ବିବାଦ ଜିନିଷରୁ ନିଜକୁ ଦୂରେଇ ରଖନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଅଭିନୟ ବ୍ୟତୀତ ନିଜ ବୃଦ୍ଧିମତା ଗୁଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ମାଧବନ ଏକ ଚନ୍ଦନ ପାଉଡର ବିଜ୍ଞାପନ ଦ୍ବାରା ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ‘ବେନେଗି ଆପନି ବାତ୍’, 'ତୋଲ୍ ମୋଲ କେ ବୋଲ୍' ଏବଂ 'ଘର ଜମାଇ' ଭଳି ଟିଭି ସିରିୟଲରେ କାମ କରିଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେ ତାମିଲ ସିନେମାରେ ମଣି ରତ୍ନମଙ୍କ ଫିଲ୍ମ 'ଇରୁଭର୍'ରେ ଅଭିନୟ କରି ସଫଳତା ଅର୍ଜନ କରିଥିଲେ । ଏହାପରେ ମଣିଙ୍କ ଅନେକ ଫିଲ୍ମରେ ସେ ଅଭିନୟ କରିଥିଲେ । ସେହିପରି ମାଧବନ ବଲିଉଡ ଫିଲ୍ମ ‘ଇସ ରାତ କି ସୁବାହ ନେହିଁ’ ଜରିଆରେ ଡେବ୍ୟୁ କରିଥିଲେ । ଫିଲ୍ମରେ ସେ ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ହେଲେ ତାଙ୍କୁ ବଲିଉଡର ଲୋକପ୍ରିୟ ଅଭିନେତା କରାଇଥିଲା ଫିଲ୍ମ ‘ରହେନା ହେ ତେରେ ଦିଲ ମେଁ’ । ଯେଉଁଥିରେ ସେ ରୋମାଣ୍ଟିକ ବୟ ଭୂମିକାରେ ଅଭିନୟ କରିଥିଲେ । ଆଉ ତାଙ୍କ ଅପୋଜିଟ ନଜର ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଏହାପରେ ମାଧବନଙ୍କ ହାତରେ ଅନେକ ବଲିଉଡ ଫିଲ୍ମ ଲାଗିଥିଲା । ନିର୍ଦ୍ଦେଶକ ରାକେଶ ଓମ୍ ପ୍ରକାଶ ମେହରାଙ୍କ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ରେ ମୁଖ୍ୟ ଭୂମିକାରେ ସେ ଅଭିନୟ କରିଥିଲେ । ଏହାବ୍ୟତୀତ ସେ ‘3 ଇଡିୟଟ୍ସ’, ‘ତନୁ ୱେଡ୍ସ ମନୁ’, ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣର୍ସ’, ‘ଦିଲ୍ଲୀ ହାଇଟ୍ସ’, ‘ଆର୍ଯ୍ୟା’, ‘ମୁମ୍ବାଇ ମେରୀ ଜାନ’ ଓ ‘ସିଙ୍କନ୍ଦର’ ଭଳି ଫିଲ୍ମରେ ଦମଦାର ଅଭିନୟ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତାହାଲେ 1999ରେ ସେ ସରୀତା ବିର୍ଜେଙ୍କୁ ବିବାହ କରିଥିଲେ । ତାଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି । ସେହିପରି ଫିଲ୍ମ ବ୍ୟତୀତ ସାମାଜିକ ସେବାରେ ମଧ୍ୟ ସେ ଭାଗନିଅନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଅଭିନୟ ପାଇଁ ତାଙ୍କୁ ଚାରୋଟି ଫିଲ୍ମଫେୟାର ପୁରସ୍କାର ଦକ୍ଷିଣ ଏବଂ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଖୁବଶୀଘ୍ର ସେ ବାସ୍ତବ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’ରେ ନଜର ଆସିବେ । ଏହି ଫିଲ୍ମରେ ସେ ଅଭିନେତା, ଲେଖକ ଓ ନିର୍ଦ୍ଦେଶକ ରୂପେ କାମ କରୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ABOUT THE AUTHOR

...view details