ଓଡିଶା

odisha

ବନ୍ଧୁଙ୍କୁ ଦରକାର ଥିଲା ଆମ୍ବୁଲାନ୍ସ, ସାହାଯ୍ୟ ଲୋଡିଲେ କାର୍ତ୍ତିକ

By

Published : Apr 23, 2021, 9:23 AM IST

ଭାଇରାଲ ହେଲା କାର୍ତ୍ତିକଙ୍କ ଟ୍ବିଟ । ଯେଉଁଥିରେ ସେ ନିଜର ଜଣେ ବନ୍ଧୁଙ୍କ ସାହାଯ୍ୟ ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ ଫେମସ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ରୁ କାର୍ତ୍ତିକ ଆର୍ୟନଙ୍କୁ ବାହାର କରିଦିଆଯାଇଥିଲା । ଯାହାକୁ ନେଇ ଏଯାବତ ପ୍ରତିକ୍ରିୟା ରଖିନାହାଁନ୍ତି ଅଭିନେତା । ବର୍ତ୍ତମାନ ତାଙ୍କ ସ୍ଥାନରେ ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସାମିଲ କରାଯାଇଛି । ହେଲେ ଇତିମଧ୍ୟରେ ଭିନ୍ନ ଏକ କାରଣ ପାଇଁ ଚର୍ଚ୍ଚାରେ କାର୍ତ୍ତିକ । ଭାଇରାଲ ହେଉଛି ତାଙ୍କ ଟ୍ବିଟ ।

ତେବେ କଥାଟି ହେଲା ଯେ ଦେଶରେ କୋରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ଏମିତି ପରିସ୍ଥିତରେ ଅନେକ ଜିନିଷର ଅଭାବ ମଧ୍ୟ ଦେଖାଦେଲା । ସେପଟେ କାର୍ତ୍ତିକଙ୍କ ବନ୍ଧୁଙ୍କୁ ଆମ୍ବୁଲାନ୍ସର ଆବଶ୍ୟକ ଥିଲା । ହେଲେ ତାଙ୍କ ମିଳୁ ନଥିବାରୁ କାର୍ତ୍ତିକ ଟ୍ବିଟରେ ତାଙ୍କ ପାଇଁ ସାହାଯ୍ୟ ଲୋଡିଥିଲେ । ଯାହାଦ୍ବାରା ତାଙ୍କ ବନ୍ଧୁଙ୍କୁ ଆମ୍ବୁଲାନ୍ସ ସହଜରେ ମିଳିପାରିଲା ।

ସେହିପରି କାର୍ତ୍ତିକ ଟ୍ବିଟରେ ଲେଖିଥିଲେ, ‘ପ୍ରୟାଗରାଜରେ ମୋର ଜଣେ ବନ୍ଧୁ ଅଛନ୍ତି । ତାଙ୍କୁ ଜରୁରୀ ଭିତ୍ତିରେ ଆମ୍ବୁଲାନ୍ସ ଆବଶ୍ୟକ ଅଛି । ଦୟା କରି ସମ୍ପର୍କ କରନ୍ତୁ ।’ ଏହାର କିଛି ସମୟ ପରେ ଏହି ଟ୍ବିଟ ପୁଣି ରିଟ୍ବିଟ କରି କାର୍ତ୍ତିକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ABOUT THE AUTHOR

...view details