ମୁମ୍ବାଇ: ଆକ୍ଟର ତଥା ବିପାଶା ବାସୁଙ୍କ ସ୍ବାମୀ କରନ ସିଂ ଗ୍ରୋଭର ଦୀର୍ଘ ସମୟ ପରେ ଛୋଟ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି । ସେ ପୁଣିଥରେ ଅସଦ ଭୂମିକାରେ ଫେରିବେ । ଦୀର୍ଘ ସମୟରୁ ତାଙ୍କ ଅଭିନୀତ ଧାରାବାହିକ ‘କବୁଲ ହେ’ର 2.0କୁ ନେଇ ଚର୍ଚ୍ଚା । ସେପଟେ କରନଙ୍କ ଫିମେଲ ଫ୍ୟାନ ମଧ୍ୟ ଅନାଇ ବସିଛନ୍ତି ତାଙ୍କ ଅସଦ ଅବତାର ପୁଣି ପରଦାରେ ଦେଖିବାକୁ । ଗତ 10 ତାରିଖରେ ଏହାର ରୋମାଣ୍ଟିକ ଟ୍ରେଲର ରିଲିଜ କରାଯାଇଥିଲା ।
ଯେଉଁଥିରେ ଅସଦ ଓ ଜୋୟା ଫେରିବାକୁ ନେଇ ସୂଚନା ଦିଆଯାଇଛି । ଏଥର କରନଙ୍କ ସହ ପୁଣି ରୋମାନ୍ସ କରିବେ ସୁରଭି ଜ୍ୟୋତି ।