ଓଡିଶା

odisha

ETV Bharat / sitara

ରହସ୍ୟ ଘେରରେ ସୁଶାନ୍ତ ଆତ୍ମହତ୍ୟା ମାମଲା, ପିତାଙ୍କ ବୟାନରେ କଙ୍ଗନାଙ୍କ ପ୍ରତିକ୍ରିୟା - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

ପୁଣି ଟ୍ବିଟରରେ ଘୁରିବୁଲିଲା କଙ୍ଗନାଙ୍କ ନୂଆ ପୋଷ୍ଟ । ସୁଶାନ୍ତଙ୍କ ପରିବାର ଉପରେ ତାଙ୍କ ସୋସିଆଲ ମିଡିଆ ଟିମ ରଖିଲା ପ୍ରତିକ୍ରିୟା।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 31, 2020, 5:56 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବି-ଟାଉନର କୁଇନ କଙ୍ଗନା ରଣାୱତ ଲଗାତାର ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି । ଏହାବ୍ୟତୀତ ସେ ବଲିଉଡ ଓ କିଛି ସେଲିବ୍ରିଟିଙ୍କ ଉପରେ ପରିବାରବାଦ ଅଭିଯୋଗ ମଧ୍ୟ ଆଣିଛନ୍ତି । ସେ ସୁଶାନ୍ତଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟକର ଖୁଲାସା ମଧ୍ୟ କରିସାରିଛନ୍ତି । ତାଙ୍କ ସୋସିଆଲ ମିଡିଆ ଟିମ ମଧ୍ୟ ସୁଶାନ୍ତଙ୍କ ପୁରା ମାମଲାରେ ଦୃଷ୍ଟି ରଖିଛି । ଇତିମଧ୍ୟରେ କଙ୍ଗନା ଏଥର ସୁଶାନ୍ତଙ୍କ ପରିବାର ଉପରେ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ।

କଥାଟି ହେଲା ଯେ ନିକଟରେ ଜଣେ ସୋସିଆଲ ମିଡିଆ ୟୁଜର ଟ୍ବିଟରେ ଲେଖିଥିଲେ, ‘ସୁଶାନ୍ତଙ୍କ ପିତା ପୂର୍ବରୁ ଦେଇଥିବା ବୟାନରେ କହିଥିଲେ ସୁଶାନ୍ତ ବଲିଉଡରେ ଚାଲିଥିବା ପରିବାରବାଦ ପାଇଁ ଚିନ୍ତିତ ଥିଲେ । ଆଉ ଏବେ ବଲିଉଡ କଥା ଛାଡି ଟଙ୍କା ପଛରେ ପଡିଛନ୍ତି ପୁରା ପରିବାର। କାହାରି ମସ୍ତିଷ୍କକୁ ଖରାପ କରିବା କୌଣସି ଅପରାଧିକ ଅପରାଧ ନୁହେଁ।’

ଏହି ଟ୍ବିଟ ଉପରେ କଙ୍ଗନାଙ୍କ ସୋସିଆଲ ମିଡିଆ ଟିମ ନିଜ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ହେଲେ ତାଙ୍କ ଓକିଲ ବି ଠିକ୍ ବାଟରେ ଅଛନ୍ତି । ପରିବାରବାଦ, ବ୍ଲାଇଣ୍ଡ ଆଇଟମ ଆଉ କାହା ମସ୍ତିଷ୍କକୁ ଖରାପ କରିବା ଅପରାଧ ନୁହେଁ । ଏଥି ନିମନ୍ତେ ତାଙ୍କ ପରିବାର ଏମାନଙ୍କର ମନୋରଞ୍ଜନ କରିବାକୁ ଚାହୁଁନାହାଁନ୍ତି । କେବଳ ଟଙ୍କା ସମ୍ବନ୍ଧୀୟ ବିଷୟ ଏହାକୁ ଏକ ଅପରାଧିକ ମାମଲା କରିପାରିବ।’

ABOUT THE AUTHOR

...view details