ଓଡିଶା

odisha

ETV Bharat / sitara

ସରିଲା ଯୁଧିଷ୍ଠିର ଓ ଭୀଷ୍ମଙ୍କ ମହାଭାରତ !

କ୍ରିଷ୍ଣାଙ୍କ ଏଣ୍ଟ୍ରି ପରେ ସମାପ୍ତ ହୋଇଛି ଟିଭିର ଯୁଧିଷ୍ଠର ଓ ଭୀଷ୍ମ ପିତାମହଙ୍କ ଲଢେଇ। କିଛି ଦିନରୁ ପରସ୍ପର ଉପରେ ଅଭିଯୋଗ ଲଗାଇ ଆସୁଥିଲେ ଏହି ଦୁଇ ଅଭିନେତା ।

By

Published : Oct 16, 2020, 2:08 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା’କୁ ନେଇ ‘ମହାଭାରତ’ର ଦୁଇ ଅଭିନେତା ମୁକେଶ ଖନ୍ନା ଓ ଗଜେନ୍ଦ୍ରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିଲା । ଏବେ କିନ୍ତୁ ଦୁଇଙ୍କ ଝଗଡା ଉପରେ ଫୁଲଷ୍ଟପ ଲାଗିଛି । ‘ମହାଭାରତ’ର ଯୁଧିଷ୍ଠର ଓ ଭୀଷ୍ମ ପିତାମହଙ୍କ ଲଢେଇ ଶେଷ କରିବାକୁ ଏଥିରେ ଏଣ୍ଟ୍ରି କରିଥିଲେ କ୍ରିଷ୍ଣା ତଥା ଅଭିନେତା ନିତୀଶ ଭରଦ୍ବାଜ।

ଏହି ଲଢେଇ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ କପିଲ ଶର୍ମାଙ୍କ ଶୋ’ର ଏକ ଏପିସୋଡରେ ‘ମହାଭାରତ’ର କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିଲା | ଏହି ଶୋ’ରେ ମୁକେଶ ଖାନ୍ନା ଉପସ୍ଥିତ ନଥିଲେ। ଯେତେବେଳେ ତାଙ୍କ ଶୋ’କୁ ନ ଆସିବା କଥା ଚର୍ଚ୍ଚା ହେଉଥିଲା, ସେତେବେଳେ ସେ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ ଯେ କପିଲଙ୍କ ଶୋ ଫାଲତୁ ।

ତାଙ୍କ ଏହି ବୟାନରେ କ୍ରୋଧିତ ହୋଇ ଗଜେନ୍ଦ୍ର ତାଙ୍କୁ ଫ୍ଲପ୍ ଷ୍ଟାର କହିଥିଲେ । ଯାହାପରେ ବଢିଚାଲିଥିଲା ଦୁଇଜଣଙ୍କ ଯୁକ୍ତିତର୍କ। ସେପଟେ ଦୁଇଜଣଙ୍କ ଝଗଡା ବନ୍ଦ କରିବାକୁ ଚେଷ୍ଟା ଚଳାଇଥିଲେ ନିତୀଶ । ଯେଉଁଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । କାରଣ ଏବେ ଖବର ସାମ୍ନାକୁ ଆସୁଛି ଯେ ମୁକେଶ ଓ ଗଜେନ୍ଦ୍ରଙ୍କ ଝଗଡାର ଦି ଏଣ୍ଡ ହୋଇଛି।

ABOUT THE AUTHOR

...view details