ଓଡିଶା

odisha

By

Published : Feb 20, 2021, 2:45 PM IST

ETV Bharat / sitara

ସିରିୟଲ କିସରରୁ ରିଟାୟର ନେଲେ ଇମରାନ !

ଆଶ୍ଚର୍ଯ୍ୟକର ବୟାନକୁ ନେଇ ଚର୍ଚ୍ଚାରେ ଇମରାନ । ନିକଟରେ ରିଲିଜ ହୋଇଥିଲା ତାଙ୍କ ମ୍ୟୁଜିକ ଭିଡିଓ ଲୁଟ୍ ଗୟେ । ଏହି ରୋମାଣ୍ଟିକ ଭିଡିଓକୁ ଫ୍ୟାନ୍ସଙ୍କ ଖୁବ୍ ପ୍ରଶଂସା ମିଳିବାରେ ଲାଗିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମରାନ ହାସମୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମରାନ ହାସମୀ

ମୁମ୍ବାଇ: ବଲିଉଡର ସିରିୟଲ କିସର ଭାବେ ବେଶ ଜଣାଶୁଣା ଇମରାନ ହାସମି । ଅନେକ ଫିଲ୍ମରେ ତାଙ୍କ ଦମଦାର କିସିଂ ସିନ୍ସ ପାଇଁ ତାଙ୍କୁ ଏହି ଆଖ୍ୟା ମିଳିଥିଲା । ଅନେକ ଥର ସେ ସିରିୟଲ କିସର ନାମ ଉପରେ ପ୍ରିତିକ୍ରିୟା ଦେଇସାରିଛନ୍ତି । ହେଲେ ଏଥର ଲାଗୁଛି ଯେ କୋରୋନା କାଳ ସହ ସେ ନିଜଠୁ ସିରିୟଲ କିସର ନାମକୁ ହଟାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା କଥାଟି...

ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ ନିଜ କୋ-ଷ୍ଟାରଙ୍କ ସହ କିସିଂ ସିନ୍ସରେ କିପରି କନଫର୍ଟ ହୁଅନ୍ତି । ଏହାର ଉତ୍ତରରେ ସେ କହିଥିଲେ, ‘ମୁଁ ଆଉ ସିରିୟଲ କିସର ନାହିଁ । କୋରୋନା କାଳରେ ତ ଆଦୌ ନୁହେଁ । ମୁଁ ଏବେ ରିଟାୟର ହୋଇଯାଇଛି । କିନ୍ତୁ ହଁ କନଫର୍ଟ ଲେବଲର ସବୁବେଳେ ରହିଥାଏ।’

ପ୍ରକାଶ ଥାଉକି ଖୁବଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ‘ଚେହରେ’ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ତାଙ୍କ ସହ ପ୍ରଥମଥର ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ । ଏହାବ୍ୟତୀତ ନିକଟରେ ତାଙ୍କ ଡେବ୍ୟୁ ମ୍ୟୁଜିକ ଭିଡିଓ ‘ଲୁଟ୍ ଗୟେ’ ରିଲିଜ ହୋଇଥିଲା । ଯାହାକୁ ଏଯାବତ 30 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ABOUT THE AUTHOR

...view details