ମୁମ୍ବାଇ: ଲୋକପ୍ରିୟ ଅଭିନେତା ଦୀଲିପ କୁମାରଙ୍କ ପରିବାରରେ ଖେଳିଯାଇଛି ଦୁଃଖର ଛାୟା । କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ତାଙ୍କ 88 ବର୍ଷିୟ ଭାଇ ଅସଲମ ଖାନ । ନିକଟରେ ସେ କୋରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ଦୀଲିପ ।
ଆରପାରିରେ ଦୀଲିପ କୁମାରଙ୍କ ଭାଇ ଅସଲମ - 88 ବର୍ଷ ବୟସରେ ଆଖିବୁଜିଲେ ଦୀପିଲଙ୍କ ଭାଇ ଅସଲମ
88 ବର୍ଷ ବୟସରେ ଆଖିବୁଜିଲେ ଦୀଲିପଙ୍କ ଭାଇ ଅସଲମ । ନିକଟରେ କୋରୋନା ସଂକ୍ରମିତ ହୋଇଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ।
![ଆରପାରିରେ ଦୀଲିପ କୁମାରଙ୍କ ଭାଇ ଅସଲମ](https://etvbharatimages.akamaized.net/breaking/breaking_1200.png)
Breaking News
ଦୀଲିପଙ୍କ ସାନ ଭାଇ ଥିଲେ ଅସଲମ । ଶୁକ୍ରବାର ସକାଳେ ସେ ମୁମ୍ବାଇ ଘରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ହସ୍ପିଟାଲରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଥିଲା ଯେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ କୋଭିଡ 19 ଟେଷ୍ଟ ମଧ୍ୟ ପଜିଟିଭ ବାହାରିଥିଲା । ଯାହାକୁ ନେଇ ତାଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା ।
ପ୍ରକାଶ ଥାଉକି ନିକଟରେ ଅସଲମଙ୍କ ସହ ଭାଇ ଏହମାନ ଖାନଙ୍କ ମଧ୍ୟ କୋରୋନ ଟେଷ୍ଟ ପଜିଟିଭି ଆସିଥିଲା । ଦୁଇଜଣଙ୍କୁ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖା ଦେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।