ମୁମ୍ବାଇ: ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ ‘ଅନେକ’ରେ ନଜର ଆସିବେ ବି-ଟାଉନକ ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା । ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ଅଭିନେତା । ଏହାବ୍ୟତୀତ ଆୟୁଷ୍ମାନଙ୍କ ପାଖରେ ଆଉ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ ମଧ୍ୟ ଅଛି । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଇତିମଧ୍ୟରେ ‘ଅନେକ’କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଫିଲ୍ମ ଦେଖିବାକୁ ବ୍ୟାକୁଳ ଥିବା ଦର୍ଶକଙ୍କ ପାଇଁ ଖୁସି ଖବର । କାରଣ ଘୋଷଣା ହୋଇଯାଇଛି ଫିଲ୍ମର ରିଲିଜ ତାରିଖ ।
ସୋମବାର ଦିନ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ ମେକର୍ସ । ଆସନ୍ତା ସେପ୍ଟେମ୍ବର 17ରେ ବଡ ପରଦାରେ ଫିଲ୍ମ ଦେଖିବେ ଦର୍ଶକ । ସେପଟେ ଆୟୁଷ୍ମାନ ମଧ୍ୟ ଟ୍ବିଟ କରି ଫ୍ୟାନ୍ସଙ୍କୁ ରିଲିଜ ତାରିଖର ସୂଚନା ଦେଇଛନ୍ତି ।