ଓଡିଶା

odisha

By

Published : Nov 20, 2020, 10:54 AM IST

ETV Bharat / sitara

ପିଲାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଲଢିବେ ଆୟୁଷ୍ମାନ

ନିକଟରେ ଆୟୁଷ୍ମାନଙ୍କୁ ୟୁନିସେଫର ସେଲିବ୍ରିଟି ଆଡଭୋକେଟ ଭାବରେ ଚୟନ କରାଯାଇଥିଲା । ଯେଉଁଥିରେ ସେ କୁନି କୁନି ପିଲାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ବିରୋଧରେ ଲଢିବେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ପାଇଁ ସେ କିଛି ଦିନରୁ ଚଣ୍ଡିଗଡରେ ରହିଆସୁଛନ୍ତି । ତାଙ୍କ ସହ ପ୍ରଥମଥର ସ୍କ୍ରିନ ସେୟାର କରିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଇତିମଧ୍ୟରେ ଆୟୁଷ୍ମାନ ସୋସିଆଲ ମିଡିଆରେ ପିଲାଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବା ବିଷୟରେ କଥାବାର୍ତ୍ତା କରି ଚର୍ଚ୍ଚାରେ ଆସିଛନ୍ତି । କାରଣ ତାଙ୍କୁ ୟୁନିସେଫର ସେଲିବ୍ରିଟି ଆଡଭୋକେଟ ଭାବରେ ସେମାନଙ୍କର ବିଶ୍ବସ୍ତରୀୟ ଅଭିଯାନ ପାଇଁ ନିଯୁକ୍ତ କରାଯାଇଛି, ଯାହା ପିଲାଙ୍କ ପ୍ରତି ହିଂସା ବିରୁଦ୍ଧରେ ଲଢିବାକୁ ଲକ୍ଷ୍ୟ ରଖିଛି । ବିଶ୍ବ ଶିଶୁ ଦିବସରେ ଅଭିନେତା କରୋନା ଭାଇରସ ମହାମାରୀ ହେତୁ ହିଂସାର ଶିକାର ହୋଇପଡିଥିବା ପିଲାଙ୍କୁ ସୁରକ୍ଷା ଦେବା ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ସେହିପରି ସେ କହିଥିଲେ,‘କୋରୋନା ବିଶେଷକରି ପିଲାଙ୍କ ପାଇଁ ସହଜ କଥା ନୁହେଁ । ଏହା ସେମାନଙ୍କୁ ହିଂସା ପାଇଁ ଅଧିକ ଅସୁରକ୍ଷିତ କରିଦେଇଛି | ଆମ ଚାରିପାଖରେ ଥିବା ଲୋକଙ୍କୁ ସଚେତନ କରି ସୁରକ୍ଷା ଦେଇ ଆମେ ଏହାକୁ ପ୍ରତିରୋଧ କରିପାରିବା । ପୁରୁଷ ଏବଂ ବାଳକ ଭାବରେ ଆମର ଉତ୍ତମ ଆଦର୍ଶ ହେବାର ଦାୟିତ୍ବ ଅଛି କାରଣ ଆମେ ଜାଣୁ, ପ୍ରାୟତଃ ଆମେ ପୁରୁଷମାନେ ହିଁ ହିଂସା ଘଟାଉ । ୟୁନିସେଫର ସେଲିବ୍ରିଟି ଆଡଭୋକେଟ ଭାବରେ ମୁଁ ପିଲାମାନଙ୍କ ପ୍ରତି ହେଉଥିବା ହିଂସାକୁ ଶେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ।’

ପିଲାଙ୍କ ପ୍ରତି ହେଉଥିବା ହିଂସା ପ୍ରାୟତଃ ରିପୋର୍ଟ କରାଯାଏ ନାହିଁ । କାରଣ ପିଲାମାନେ କଥା ହୁଅନ୍ତି ନାହିଁ ଏବଂ ପିତାମାତା, ଯଦିଓ ସେମାନେ ଜାଣନ୍ତି, ଏହା ରିପୋର୍ଟ କରିପାରନ୍ତି ନାହିଁ । ଯୌନ ଶୋଷଣ ପ୍ରାୟତଃ କଳଙ୍କ ସହିତ ହୋଇଥାଏ, ତେଣୁ ଶିଶୁ ଏବଂ ଅଭିଭାବକମାନେ ମାମଲା ରିପୋର୍ଟ କରିବାକୁ ଲଜ୍ଜିତ ହୁଅନ୍ତି । ହିଂସା ଦେଖିବା ଏବଂ ଅନୁଭବ କରୁଥିବା ପିଲା ସବୁବେଳେ ହିଂସାକୁ ଚିରସ୍ଥାୟୀ କରନ୍ତି ବୋଲି କହିଥିଲେ ଆୟୁଷ୍ମାନ ।

For All Latest Updates

ABOUT THE AUTHOR

...view details