ଓଡିଶା

odisha

ETV Bharat / sitara

କୋରୋନା ସହ ଲଢିବାକୁ ସହଯୋଗର ହାତ ବଢାଇଲେ ଆୟୁଷ୍ମାନ-ତାହିରା - ତାହିରା କଶ୍ୟପଙ୍କ ନ୍ୟୁଜ

ଆୟୁଷ୍ମାନ ଓ ତାହିରାଙ୍କୁ ନେଇ ନୂଆ ଚର୍ଚ୍ଚା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରି ଦେଶବାସୀଙ୍କୁ ଏକଜୁଟ ହୋଇ ଲଢିବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମନ ଖୁରାନା

By

Published : Apr 28, 2021, 7:59 AM IST

ମୁମ୍ବାଇ: ଦେଶରେ ବର୍ତ୍ତମାନ କୋରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । କୋରୋନା ପ୍ରକୋପ ସହ ଗତ ବର୍ଷରୁ ଲଢିଆସୁଛି ଭାରତ । ସେପଟେ ଦେଶବାସୀଙ୍କୁ ଏହି ଅସୁବିଧାରୁ ବାହାର କରିବା ପାଇଁ ସହଯୋଗର ହାତ ବଢାଉଛନ୍ତି ସେଲିବ୍ରିଟି । ଅନେକ ସେଲିବ୍ରିଟି ନିଜ ନିଜ ଅନୁଯାୟୀ ସାହାଯ୍ୟ, ସହଯୋଗ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଓ ତାଙ୍କ ପତ୍ନୀ ତାହିରା କଶ୍ୟପ ।

ଏହି ଯୋଡି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ସହଯୋଗ କରିଛନ୍ତି । ମଙ୍ଗଳବାର ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଆୟୁଷ୍ମାନ ସମସ୍ତଙ୍କୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଆଉ କହିଥିଲେ, ‘ଗତ ବର୍ଷ ଠାରୁ ଆମେ କୋରୋନା ଝଡ ସହ ଲଢି ଆସୁଛୁ। ଏହି ମହାମାରୀ ଆମ ହୃଦୟକୁ ଭାଙ୍ଗି ଦେଇଛି, ଆମକୁ ଯନ୍ତ୍ରଣା ଏବଂ ଯନ୍ତ୍ରଣା ସହିବାକୁ ଶିଖାଇଛି, ପରସ୍ପର ସହ କିପରି ଏକଜୁଟ ହୋଇ ଏହି ମାନବିକ ସଙ୍କଟକୁ ମୁକାବୁଲା କରିବ ତାହା ଦେଖାଇଛି। ଆଜି, ପୁନର୍ବାର, ଏହି ମହାମାରୀ ଆମକୁ ଭାଗ୍ୟ, ସ୍ଥିରତା ଏବଂ ପାରସ୍ପରିକ ସମର୍ଥନ ଦେଖାଇବାକୁ କହୁଛି । ପରସ୍ପରକୁ ସାହାଯ୍ୟ କରିବାକୁ ସାରା ଭାରତର ଲୋକେ ଆଗକୁ ଆସୁଛନ୍ତି। ତାହିରା ଏବଂ ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯିଏ ଆମକୁ ଅଧିକ କରିବାକୁ ପ୍ରେରଣା ଦେଇଛନ୍ତି ।’

ଏହା ସହ ସେ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ଯେ ଯାହାଦ୍ବାରା ଯେତେ ସମ୍ଭବ ସହଯୋଗ କରନ୍ତୁ । କାରଣ ସମସ୍ତଙ୍କ ସହଯୋଗ ବିନା ଭାରତରୁ ଏହି ସଙ୍କଟକୁ ଦୂର କରାଯାଇପାରିବ ନାହିଁ ।

ପ୍ରକାଶ ଥାଉକି ଆୟୁଷ୍ମାନଙ୍କ ବ୍ୟତୀତ ଅକ୍ଷୟ କୁମାର ନିକଟରେ ସାହାଯ୍ୟ କରିଥିଲେ । କୋରୋନା ଭାଇରସ ମହାମାରୀ ସହ ଲଢିବା ପାଇଁ ଅକ୍ଷୟ ପୂର୍ବ ଦିଲ୍ଲୀର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସଂଗଠନକୁ ଏକ କୋଟି ଟଙ୍କା ଦାନ କରିଥିଲେ ।

ABOUT THE AUTHOR

...view details