ଓଡିଶା

odisha

By

Published : Jun 29, 2020, 7:02 PM IST

ETV Bharat / sitara

ଆସୀମ-ବାର୍ବୀଙ୍କ ଅଧୁରା ପ୍ରେମ କାହାଣୀ, ଭାଇରାଲ ଭିଡିଓ

ରିଲିଜ ହେଲା ଆସୀମଙ୍କ ନୂଆ ରୋମାଣ୍ଟିକ ଗୀତ ‘ତେରି ଗଲି’ । ଏଥର ତାଙ୍କ ସହ ଗାର୍ଲଫ୍ରେଣ୍ଡ ହିମାଂଶୀ ଖୁରାନା ନୁହେଁ ସିଙ୍ଗର ବାର୍ବୀ ମାନ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆସୀମ ରିୟାଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆସୀମ ରିୟାଜ

ମୁମ୍ବାଇ: ବିଗ ବସ ଫେମ୍‌ ଆସୀମ ରିୟାଜ ସଫଳତା ସିଢି ଚଢିବାରେ ଲାଗିଛନ୍ତି । ଧିରେ ଧିରେ କରି ତାଙ୍କର ଅନେକ ମ୍ୟୁଜିକ ଆଲବମ ରିଲିଜ ହେଉଛି । ଏବେ ତାଙ୍କର ଲେଟେଷ୍ଟ ପଞ୍ଜାବୀ ସଙ୍ଗ ‘ତେରି ଗଲି’ ରିଲିଜ ହୋଇଯାଇଛି । ଏହି ରୋମାଣ୍ଟିକ ଗୀତରେ ପ୍ରେମରେ ଅଲଗା ହେବାର ଯନ୍ତ୍ରଣାକୁ ପର୍ଯ୍ୟବେଶିତ କରାଯାଇଛି ।

ସେହିପରି ଗୀତଟିକୁ ଗାଇଛନ୍ତି ବାର୍ବୀ ମାନ । ଫେମସ ପଞ୍ଜାବୀ ସିଙ୍ଗର ଗୁରୁ ରାନ୍ଧୱା ଏହାର ଲିରିକ୍ସ ଲେଖିଛନ୍ତି । ଆସମୀଙ୍କ ସହ ‘ତେରି ଗଲି’ରେ ରୋମାନ୍ସ କରୁଥିବା ମଧ୍ୟ ଦେଖାଯାଉଛନ୍ତି ବାର୍ବୀ ।

ପ୍ରକାଶ ଥାଉକି, ‘ତେରି ଗଲି’ ଥିମ ଭାରତ-ପାକିସ୍ତାନ ବିଭାଜନ ସମୟର କାହାଣୀକୁ ନେଇ ଆଧାରିତ । ଯେଉଁଥିରେ ଦୁଇ ପ୍ରେମୀ ଯୁଗଳ ପରସ୍ପରଠୁ ଅଲଗା ହୋଇଯାଉଛନ୍ତି । 1947 ଦେଶ ବିଭାଜନ ସମୟରେ ବାର୍ବୀଙ୍କ ପରିବାର ଭାରତ ଆସିବାକୁ ନିଷ୍ପତ୍ତି ନେଉଛନ୍ତି । ଯାହାପରେ ଆସୀମଙ୍କଠୁ ଅଲଗା ହେଉଛନ୍ତି ବାର୍ବୀ । ଏହି ଦୁଃଖଭରା ରୋମାଣ୍ଟିକ ଗୀତ ଦର୍ଶକଙ୍କୁ ଦୁଃଖି କରିଦେଇଛି । ଏଯାବତ ଗୀତକୁ 8 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଦେଖନ୍ତୁ ଗୀତ...

ABOUT THE AUTHOR

...view details