ଓଡିଶା

odisha

ETV Bharat / sitara

ଟିକା ନେବା ପରେ କୋରୋନା ସଂକ୍ରମିତ ଆଶୁତୋଷ ରାଣା - କୋରୋନା ସଂକ୍ରମିତ ଆଶୁତୋଷ ରାଣା

ସୋସିଆଲ ମିଡିଆରେ କୋରୋନା ରିପୋର୍ଟ ପଜିଟିଭ ଆସିବା କଥା ଜଣାଇଲେ ଆଶୁତୋଷ । କିଛି ଦିନ ପୂର୍ବରୁ ନେଇଥିଲେ ଟିକା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଫେସବୁକ@ଆଶୁତୋଷ ରାଣା
ଫଟୋ ସୌଜନ୍ୟ: ଫେସବୁକ@ଆଶୁତୋଷ ରାଣା

By

Published : Apr 14, 2021, 11:00 AM IST

ମୁମ୍ବାଇ: ଥମିବାର ନାଁ ନେଉନାହିଁ କୋରୋନା । ଦେଶରେ ବଢୁଥିବା ମାମଲା ମଧ୍ୟରେ ଅନେକ ବଲିଉଡ ସେଲିବ୍ରିଟି ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ ଅଭିନେତା ଆଶୁତୋଷ ରାଣା ମଧ୍ୟ କୋରୋନା ପଜିଟିଭ ବୋଲି ଜଣାପଡିଛନ୍ତି। ମୁଖ୍ୟ କଥା ହେଲା ଯେ ନିକଟରେ ସେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ । ହେଲେ ଏବେ ସଂକ୍ରମିତ ହେବା ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଫେସବୁକ@ଆଶୁତୋଷ ରାଣା

ସେ ଫେସବୁକ ପେଜରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆଜି ଭାରତୀୟ ନବ ବର୍ଷ ଆରମ୍ଭ ହେଉଛି । ଏହାକୁ ଚୈତ୍ର ନବରାତ୍ରୀ ମଧ୍ୟ କୁହାଯାଏ, ଆଜିଠାରୁ ନଅ ଦିନ ପର୍ଯ୍ୟନ୍ତ ଜଗତଜନନୀ ମା' ଦୁର୍ଗାଙ୍କୁ ଭାରତରେ ପୂଜା କରାଯାଏ। ଯଦି ଆପଣ ଏହି ଶୁଭ ଦିନରେ ଆପଣଙ୍କ ଶରୀରରେ ବିକଶିତ ହେଉଥିବା ବ୍ୟାଧି ବିଷୟରେ ସୂଚନା ପାଆନ୍ତି, ତେବେ କିଛି ଶୁଭକାମନା ହୋଇପାରେ ନାହିଁ । ଏହା ଜଗତଜନନୀଙ୍କ ଏକ ବିଶେଷ ଦୟା ଯାହା ମୁଁ ଆଜି ଜାଣିବାକୁ ପାଇଲି ଯେ ମୁଁ କୋରୋନାରେ ପୀଡିତ ହୋଇଛି ।’

ପ୍ରକାଶ ଥାଉକି ନିକଟରେ ସେ ପତ୍ନୀ ରେଣୁକା ସାହାଣୀଙ୍କ ସହ ଭ୍ୟାକ୍ସିନ ନେଇଥିଲେ । ଯାହାର ଏକ ଫଟୋ ପୋଷ୍ଟ କରି ସେ ଫ୍ୟାନ୍ସଙ୍କ ଏହାର ସୂଚନା ମଧ୍ୟ ଦେଇଥିଲେ ।

ABOUT THE AUTHOR

...view details