ମୁମ୍ବାଇ: ବି-ଟାଉନର ସର୍କିଟ ଅର୍ଶଦ ୱାର୍ସି ପୁରୁଣା ଦିନକୁ ମନେ ପକାଇ ଚର୍ଚ୍ଚାରେ । କୋରୋନା ମହାମାରୀ ଭାରତକୁ ଛୁଇଁବା ପୂର୍ବ ଦିନ ବିଷୟରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ସେ ଗତବର୍ଷ ମାର୍ଚ୍ଚର ‘ଶେଷ ସାଧାରଣ ସପ୍ତାହ’କୁ ମନେ ପକାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏକ ପୋଷ୍ଟ ।
ରବିବାର ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଥିଲେ, ‘ଗୋଟିଏ ବର୍ଷ ପୂର୍ବରୁ ଆମର ଶେଷ ସାଧାରଣ ସପ୍ତାହ ଥିଲା ଆଉ କେହି ମଧ୍ୟ ପରବର୍ତ୍ତୀ ସମସ୍ୟା ବିଷୟରେ ଜାଣିନଥିଲେ ।’ ଦେଖନ୍ତୁ ଫଟୋ...