ମୁମ୍ବାଇ: ଦେଶରେ ଅନଲକ 4.0 ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାଦ୍ବାରା ଦେଶବାସୀଙ୍କୁ ଅନେକ ଜିନିଷରେ ଆଶ୍ବସ୍ତି ମିଳିଛି । ଗତ ରବିବାର ସରକାର ଅନଲକ 4.0ର ଘୋଷଣା କରିଥିଲେ । ହେଲେ ସିନେ ପ୍ରେମୀଙ୍କ ପାଇଁ ଏଯାବତ ଖୁସି ଖବର ସାମ୍ନାକୁ ଆସିନାହିଁ । କାରଣ ଅନଲକ 4.0ରେ ମଧ୍ୟ ସିନେମାହଲ ଦେଶରେ ଖୋଲି ନାହିଁ । କୋରୋନା ପ୍ରଭାବରେ ଅଧିକ କ୍ଷତି ଘଟିଛି ସିନେ ଜଗତରେ । ଫିଲ୍ମ ମେକର୍ସଙ୍କଠୁ ନେଇ ସିନେମାହଲ ମାଲିକ ପର୍ଯ୍ୟନ୍ତଙ୍କୁ ସହିବାକୁ ପଡୁଛି କ୍ଷତି । ଯାହାକୁ ଆଧାର କରି ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ସିନେମାହଲ ମାଲିକ ‘#ସୋପର୍ଟମୁଭିଥିୟଟର୍ସ’ ଓ ‘#ସେଭସିନେମା’ ଟ୍ରେଣ୍ଡ କରାଇଛନ୍ତି । ଏହାର ସମର୍ଥନ କରି ଫେମସ ଅଭିନେତା ତଥା ଆୟୁଷ୍ମାନ ଖୁରାନାଙ୍କ ଭାଇ ଅପାରଶକ୍ତି ଖୁରାନା ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ ସାକ୍ଷାତକାରରେ କହିଛନ୍ତି, ‘ମୁଁ ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ଦେଖି ସମୟ ବିତାଉଛନ୍ତି । ହେଲେ ସିନେମାହଲରେ ଫିଲ୍ମ ଦେଖିବାକୁ ମୁଁ ଖୁବ୍ ମିସ୍ ମଧ୍ୟ କରୁଛନ୍ତି । ମୁଁ ହୋମ କ୍ବାରେଣ୍ଟାଇନ ସମୟରେ ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଦେଖିଥିଲେ । ହେଲେ ବିଗ ସ୍କ୍ରିନରେ ଫିଲ୍ମ ଦେଖିବାର ମଜା ଓଟିଟି ପ୍ଲାଟଫର୍ମରେ ମତେ ମିଳିନାହିଁ ।’