ମୁମ୍ବାଇ: ବଲିଉଡର ଭେଟେରାନ ଆକ୍ଟର ଅନୁପମ ଖେର ଗତ 4 ଦଶକରୁ ଫିଲ୍ମରେ ସକ୍ରିୟ ଅଛନ୍ତି । ସେ ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ 400ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି । ଆକ୍ଟରଙ୍କ ଦମଦାର ଓ ଆକର୍ଷଣୀୟ ପର୍ସନାଲିଟି ପାଇଁ ବେଶ୍ ପସନ୍ଦ କରନ୍ତି ଦର୍ଶକ । ସବୁବେଳେ ସାମାଜିକ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖୁଥିବା ଅନୁପମ ଏବେ ରାଜନୀତିରେ ସାମିଲ ହେବା ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ।
ରାଜନୀତିକୁ ଅନୁପମଙ୍କ ନାଁ - ରାଜନୀତିକୁ ନେଇ ପ୍ରତିକ୍ରିୟା ରଖିଲେ ଅନୁପମ
ଦୀର୍ଘ ସମୟରୁ ରାଜନୀତିରେ ସାମିଲ ହେବାକୁ ନେଇ ଚର୍ଚ୍ଚାରେ ଅନୁପମ । ଏବେ ଖବରକୁ ଖଣ୍ଡନ କଲେ ଅଭିନେତା । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
କଥାଟି ହେଲା ଯେ ଅନୁପମଙ୍କ ପତ୍ନୀ ତଥା ଅଭିନେତ୍ରୀ କିରନ ଖେର ବିଜେପି ନେତ୍ରୀ । ହେଲେ ସବୁବେଳେ ରାଜନୀତି ପ୍ରସଙ୍ଗ ଉପରେ କହୁଥିବା ଅନୁପମ କେବେ ଏଥିରେ ସାମିଲ ହେବେ ବୋଲି ଅନେକ କଳ୍ପନାଜଳ୍ପନା କରୁଛନ୍ତି ଫ୍ୟାନ୍ସ ।
ସେପଟେ ଏହାକୁ ଖଣ୍ଡନ କରିଛନ୍ତି ଅଭିନେତା । ସେ ଏହି ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ରାଜନୀତିରେ ସାମିଲ ହେବାର କୌଣସି ପ୍ରଶ୍ନ ଉଠୁନାହିଁ । କାରଣ ମୁଁ କେବେ ମଧ୍ୟ ରାଜନୀତିରେ ପାଦ ରଖିବି ନାହିଁ ।’