ଓଡିଶା

odisha

ଅନିଲଙ୍କ ଫଟୋରେ ବରୁଣ-ଆନନ୍ଦଙ୍କ ମଜାଦାର କମେଣ୍ଟ

By

Published : Nov 28, 2020, 8:10 AM IST

ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଅନିଲଙ୍କ ଫଟୋ । ବ୍ଲାକ ଆଣ୍ଡ ହ୍ବାଇଟ ଅବତାରରେ ଆସିଲେ ନଜର । କମେଣ୍ଟ କରିବାରେ ବ୍ୟସ୍ତ ସେଲିବ୍ରିଟି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ:ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ନିଜ ଫିଟନେସ ଦ୍ବାରା ଆଜିର ୟଙ୍ଗ ଷ୍ଟାରଙ୍କୁ ମାତ ଦେଉଛନ୍ତି । ତାଙ୍କ ଫିଟନେସ ଆଗାରେ ଫେଲ୍ ମାରୁଛନ୍ତି ଅନ୍ୟ ଅଭିନେତା । ତାଙ୍କ ବୟସ ବଢିବା ସହ ସେ ଆହୁରି ହ୍ୟାଣ୍ଡସମ ହେବାରେ ଲାଗିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆଉ ତାଙ୍କ ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରେ । ଏଥର ମଧ୍ୟ ଏପରି କିଛି ଦେଖିବାକୁ ମିଳିଛି । ଯାହା ଉପରେ କମେଣ୍ଟ କରି ଚର୍ଚ୍ଚାରେ ତାଙ୍କ ଜ୍ବାଇଁ ଆନନ୍ଦ ଆହୁଜା ଓ ଅଭିନେତା ବରୁଣ ଧୱନ ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ଅନିଲ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ହ୍ବାଇଟ ସର୍ଟ ଓ ବ୍ଲାକ ପ୍ୟାଣ୍ଟ ପିନ୍ଧି ମଡେଲ ଭଳି ସମୁଦ୍ର କୂଳରେ ପୋଜ ଦେଇଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ସବୁକିଛି ବ୍ଲାକ ଆଣ୍ଡ ହ୍ବାଇଟ ନୁହେଁ । ହେଲେ ମୋ ପିକ୍ଚର ହୋଇପାରେ ।’

ସେପଟେ ତାଙ୍କ ଏହି ପୋଷ୍ଟରେ ପ୍ରଥମେ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ କମେଣ୍ଟରେ ଇମୋଜି କରୁଥିବା ବେଳେ ବରୁଣ, ‘ଟେକ ସାର୍’ ଲେଖିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଆଉ କିଛି ସେଲିବ୍ରିଟି ମଧ୍ୟ କମେଣ୍ଟ କରି ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଆପଣ ବି ଦେଖନ୍ତୁ ଫଟୋ...

ଯଦି ତାଙ୍କ ଅନିଲଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ରେ ନଜର ଆସିବେ । ଆଉ ତାଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନୀତୁ ସିଂ, ବରୁଣ, କିୟାରା ଆଡଭାନୀ, ମନୀଷ ପଲ୍ ଓ ପ୍ରଜୋକତା କୋଲି । ନିକଟରେ ଏହି ଫିଲ୍ମର ସୁଟିଂ ଚଣ୍ଡିଗଡରେ ଆରମ୍ଭ ହୋଇଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ରାଜ ମେହତା ।

ABOUT THE AUTHOR

...view details