ମୁମ୍ବାଇ: ଟିଭିର ଶକ୍ତିମାନ ଓ ଭୀଷ୍ମ ପିତାମହ ଗତ କିଛି ଦିନରୁ ଚର୍ଚ୍ଚାରେ । ସେ ନିଜ ବିବାଦୀୟ ବୟାନ ପାଇଁ ଏବେ ସମସ୍ୟାରେ ପୁଣି ଆସିଛନ୍ତି । ନିକଟରେ ସେ କମେଡି କିଙ୍ଗ କପିଲ ଶର୍ମାଙ୍କ ପପୁଲାର ଶୋ ‘ଦ କପିଲ ଶର୍ମା’ ବିରୋଧରେ ବୟାନ ଦେଇ ସମସ୍ତଙ୍କ ଟାର୍ଗେଟ ହୋଇଥିଲେ । ଆଉ ଏବେ ସୋସିଆଲ ମିଡିଆରେ ମୁକେଶଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିବାଦ ।
କଥାଟି ହେଲା ଯିଏ ଭିଡିଓରେ ମୁକେଶ ମି ଠୁରେ ନିଜ ପ୍ରତିକ୍ରିୟା ରଖି ମହିଳା ଏବଂ ପୁରୁଷଙ୍କ କର୍ତ୍ତବ୍ୟ ବିଷୟରେ କହୁଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ମହିଳାଙ୍କ କାମ କରିବାକୁ ନେଇ ସେ ଆପତ୍ତି ମଧ୍ୟ ପ୍ରକାଶ କରିଛନ୍ତି । ତାଙ୍କ ଅନୁଯାୟୀ ମହିଳା ଘରୁ ବାହାରିବା ହି ସବୁ ସମସ୍ୟାର କାରଣ।
ଏହା ଉପରେ ସେ ଆଲୋଚନା କରି ଭିଡିଓରେ କହୁଛନ୍ତି, ‘ଯେତେବେଳେ ମହିଳାମାନେ ଘରୁ ବାହାରି କାମ କରିବା ଆରମ୍ଭ କଲେ ଏ ମି ଠୁ ସମସ୍ୟା ଆରମ୍ଭ ହେଲା | ଆଜି ସେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ଚାହୁଁଛନ୍ତି | କିନ୍ତୁ ଏହାଦ୍ବାରା ସେହି ପିଲା ଅଧିକ କଷ୍ଟ ସହୁଛି ଯାହାକୁ ନିଜ ମା'ଠୁ ଦୂରରେ ରହିବା ପଡୁଛି । ସେହି ପିଲାଟି ଘର ଚାକେରାଣି ସହ ରହିବାକୁ ବାଧ୍ୟ ହୁଏ ଏବଂ ତାଙ୍କ ସହ ବସି ସାଂସ ଭି କଭି ବୋହୂ ଥି ଭଳି ସିରିୟଲ ଦେଖେ ।’ ଭିଡିଓରେ ମୁକେଶ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଜଣେ ପୁରୁଷ ସବୁବେଳେ ପୁରୁଷ ରୁହେ ଏବଂ ଜଣେ ମହିଳା ସବୁବେଳେ ମହିଳା ରୁହେ ଯେତେ କାମ କଲେ ମଧ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ମୁକେଶଙ୍କ ଏହି ଭିଡିଓ ଏକ ଯୁକ୍ତିତର୍କ ସୃଷ୍ଟି କରିଛି। ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ