ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଏବେ ଖୁଲାସା ଉପରେ ହେଉଛି ଖୁଲାସା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଏକ ଭିଡିଓ । ଏଥିରେ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିବା ନଜର ଆସିଛନ୍ତି ପୁନମ ।
ବର୍ତ୍ତମାନ ମୁମ୍ବାଇ ପୋଲିର ହେପାଜତରେ ଅଛନ୍ତି ରାଜ । ଅଶ୍ଳୀଳ ଫିଲ୍ମ ସୁଟିଂ ଇଭିଯୋଗରେ ରାଜଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ।
ଭାଇରାଲ ହେଉଥିବା ଭିଡିଓରେ ପୁଣମ ପାଣ୍ଡେ କହିଛନ୍ତି, 'ଧମକ ଦିଆଯାଉଥିଲା ଯେ ମୋତେ ତାଙ୍କ ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିବ। ଯେପରି କହୁଛନ୍ତି ସେପରି ସୁଟିଂ କରିବାକୁ ପଡିବ, ନଚେତ ସେ ମୋର ବ୍ୟକ୍ତିଗତ ଜିନିଷ କରିଦେବେ ଲିକ୍ । ଆଉ ମୁଁ ନକରିବା ପରେ, ମୋ ଫୋନ ନମ୍ବର ଇଣ୍ଟରନେଟରେ ଲିକ ହେଲା । ଯେତେବେଳେ ମୁଁ ଡିଲ୍ରେ ଦସ୍ତଖତ କରିବାକୁ ମନା କଲି, ସେମାନେ ମୋ ଫୋନ ନମ୍ବର ଲିକ କରିଦେଲେ' ।