ଓଡିଶା

odisha

By

Published : Nov 5, 2020, 9:15 PM IST

ETV Bharat / sitara

ଗୋଆ ବିଚରେ ଅଶ୍ଳୀଳ ଭିଡିଓ ସୁଟିଂ, ପୁନମ ପାଣ୍ଡେଙ୍କୁ ବାନ୍ଧିଲା ପୋଲିସ

ବିଚରେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ଗୁରୁବାର ପୁନମଙ୍କୁ ଗିରଫ କରିଛି ଗୋଆ ପୋଲିସ । ଏବେ ପୋଲିସ ତାଙ୍କୁ ପଚରାଉଚରା କରୁଛି । ଅଧିକ ପଢନ୍ତୁ...

poonam pandey detained by goa police
ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ପୁନମ୍ ପାଣ୍ଡେଙ୍କୁ ଗିରଫ କଲା ଗୋଆ ପୋଲିସ

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ବେଶ ଜଣାଶୁଣା । ସେ ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ବୋଲ୍ଡ ଭିଡିଓ ସେୟାର କରନ୍ତି । ଏହିପରି ଏକ ଭିଡିଓ ପାଇଁ ପୁଣିଥରେ ଅସୁବିଧାରେ ପଡ଼ିଛନ୍ତି ପୁନମ୍ ।

ଗୁରୁବାର ପୁନମଙ୍କୁ ଗିରଫ କରିଛି ଗୋଆ ପୋଲିସ । ଏବେ ପୋଲିସ ତାଙ୍କୁ ପଚରାଉଚରା କରୁଛି । ଗୋଆର କାନାକୋନା ଗାଁର ଚାପୋଲି ଡ୍ୟାମରେ ପୁନମ୍ ଅଶ୍ଳୀଳ ଭିଡିଓ ସୁଟିଂ କରୁଥିବାର ଏକ ମାମଲା ରୁଜୁ ହୋଇଥିଲା ।

ଗୋଆ ଫରୱାର୍ଡ ପାର୍ଟିର ଓ୍ବିମେନସ ୱିଙ୍ଗ ପୁନମ୍ ପାଣ୍ଡେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି କାରଣରୁ ପାଣ୍ଡେଙ୍କୁ ଗିରଫ କରାଯାଇଛି ।

କଂଗ୍ରେସ ଏବଂ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ପରି ପାର୍ଟିମାନେ ଏହି ଭିଡିଓ ସୁଟିଂ ପାଇଁ ସରକାରୀ ସମ୍ପତ୍ତିର ଅପବ୍ୟବହାର ଉପରେ ପ୍ରଶ୍ନ କରିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ପୁନମଙ୍କୁ ଗିରଫ କରାଯିବା ସହିତ ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ପୁନମ୍ ସୁଟିଂ ପାଇଁ ଗୋଆ ଯାଇଥିଲେ ଏବଂ ସିନକ୍ୟୁରିମ୍ ନାମକ ଏକ ଫାଇଭ ଷ୍ଟାର ହୋଟେଲରେ ରହିଥିଲେ । ତାଙ୍କୁ କାଲାଙ୍ଗୁଟ ପୋଲିସ ଗିରଫ କରି ପରେ କାନାକୋନା ପୋଲିସକୁ ହସ୍ତାନ୍ତର କରିଛି ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବରରେ ପୁନମ୍ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । ସେ ବଏଫ୍ରେଣ୍ତ ସାମ ବମ୍ବେଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର 13 ଦିନ ମଧ୍ୟରେ ପୁନମ୍ ସ୍ବାମୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରିଥିଲେ । ଏହାର କିଛି ସମୟ ପରେ ପୁନମ୍ ସ୍ବାମୀଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରି କହିଥିଲେ ଯେ ବର୍ତ୍ତମାନ ସବୁ ଠିକ ଅଛି ।

ABOUT THE AUTHOR

...view details