ଓଡିଶା

odisha

By

Published : Jan 28, 2020, 4:49 PM IST

ETV Bharat / sitara

ସିଏଏ ବିରୋଧରେ ସ୍ବର ଉଠାଇଲେ ପୂଜା

ଧିରେ ଧିରେ କରି ବଲିଉଡର ଅନେକ କଳାକାର ସିଏଏ ବିରୋଧ ପ୍ରଦର୍ଶନରେ ଯୋଗ ଦେବାରେ ଲାଗିଛନ୍ତି । ପୂର୍ବରୁ ଅନେକ ଷ୍ଟାର ଏହି ବିରୋଧରେ ସମ୍ପୃକ୍ତ ହୋଇସାରିଥିବା ବେଳେ ଏବେ ଅଭିନେତ୍ରୀ ପୂଜା ଭଟ୍ଟ ମୁହଁ ଖୋଲିଛନ୍ତି ।

pooja bhatt
ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

ମୁମ୍ବାଇ: ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ପୂଜା ଭଟ୍ଟଙ୍କ ଏକ ବୟାନ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଦେଶରେ କିଛି ଦିନରୁ ଚାଲୁଥିବା ସିଏଏ ଓ ଏନଆରସି ବିରୋଧରେ ପୂଜା ନିଜ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବରୁ ଅନେକ ସେଲିବ୍ରିଟି ଏହି ବିରୋଧ ପ୍ରଦର୍ଶନରେ ଯୋଗ ଦେଇସାରିଥିବା ବେଳେ ଏବେ ପୂଜା ଏହାର ବିରୋଧରେ କହିଛନ୍ତି । ସିଏଏ ବିରୋଧ କରି ପୂଜା କହିଛନ୍ତି ଯେ ଏହା ତାଙ୍କ ଘରକୁ ଭାଗ ଭାଗ କରିଦେଉଛି। ଖାଲି ଏତିକି ନୁହେଁ ସେ ନିଜ ବୟାନରେ ନେତାମାନଙ୍କୁ ଶାହୀନ ବାଗର ମହିଳାଙ୍କ କଥା ଶୁଣିବାକୁ ଅପିଲ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

ପ୍ରକାଶ ଥାଉକି ଦକ୍ଷିଣ ମୁମ୍ବାଇର କୋଲାବାରେ ସିଏଏ-ଏନଆରସି ବିରୋଧରେ ଚାଲିଥିବା ପ୍ରଦର୍ଶନର ଆୟୋଜନରେ ଏକ ପ୍ରୋଗ୍ରାମ ରଖାଯାଇଥିଲା । କାର୍ଯ୍ୟକ୍ରମର ଆୟୋଜନ ‘ପରଚମ ଫାଉଣ୍ଡେଶନ’ ଓ ‘ୱି ଦ ପିପଲ ଅଫ ମହାରାଷ୍ଟ୍ର’ ଦ୍ବାରା କରାଯାଇଥିଲା । ଯେଉଁଥିରେ ପୂଜା ମଧ୍ୟ ସାମିଲ ହୋଇଥିଲେ । ଆଉ ନିଜ ପ୍ରତିକ୍ରିୟା ରଖିଥିଲେ ।

ବର୍ତ୍ତମାନ ଟ୍ବିଟରରେ ଭାଇରାଲ ହେଉଥିବା ଏକ ପୋଷ୍ଟ ଅନୁଯାୟୀ ପୂଜା ସିଏଏ, ଏନଆରସିର ବିରୋଧ କରି କହିଥିଲେ, ‘ମୁଁ ଆମ ନେତାଙ୍କୁ ଅପିଲ କରୁଛି ଯେ ଦେଶରେ ଉଠୁଥିବା ସ୍ବରକୁ ଶୁଣନ୍ତୁ । ଶାହୀନ ବାଗର ମହିଳାଙ୍କ କଥା ଶୁଣନ୍ତୁ, ଯେପର୍ଯ୍ୟନ୍ତ ଶୁଣିବ ନାହିଁ ସେ ପର୍ଯ୍ୟନ୍ତ ରହିବୁ ନାହିଁ । ମୁଁ ଲୋକଙ୍କୁ ଅପିଲ କରୁଛି ସେ ଆହୁରି ଅଧିକ କହନ୍ତୁ । ମୁଁ ସିଏଏ ଓ ଏନଆରସିର ବିରୋଧ କରୁଛି । କାରଣ ଏହା ମୋ ଘରକୁ ବାଣ୍ଟୁଛି । ଏହି ସରକାର ଜାଣି ସାରିଛନ୍ତି ତାଙ୍କ ଜନସାଧାରଣ କ’ଣ ବୋଲି ।’

ABOUT THE AUTHOR

...view details