ଓଡିଶା

odisha

By

Published : Jan 18, 2020, 7:49 PM IST

ETV Bharat / sitara

ପିଏମ ମୋଦିଙ୍କ ସ୍ବଚ୍ଛତା ଅଭିଯାନରେ ପୂଜା ଭଟ୍ଟ, ଭାଇରାଲ ଟ୍ବିଟ

ଏକ ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ ଚର୍ଚ୍ଚିତ ଅଭିନେତ୍ରୀ ପୂଜା ଭଟ୍ଟ। ଏଥର ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ସ୍ବଚ୍ଛତା ଅଭିଯାନ ଉପରେ କରିଛନ୍ତି ଟ୍ବିଟ।

pooja bhatt
ଡିଜାଇନ ଫଟୋ

ମୁମ୍ବାଇ: ଫିଲ୍ମମେକର ତଥା ଅଭିନେତ୍ରୀ ପୂଜା ଭଟ୍ଟ ପ୍ରାୟତଃ ନିଜ ବିନ୍ଦାସ ଲାଇଫଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ଆସନ୍ତି । ଇତିମଧ୍ୟରେ ସେ ଏମିତି ଏକ କାମ କରିଛନ୍ତି । ଯାହାପରେ ପ୍ରାୟ ସମସ୍ତେ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ତାଙ୍କର ଗୋଟିଏ ଟ୍ବିଟ ଆଜି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ ହେଉଥିବା ତାଙ୍କ ଟ୍ବିଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛତା ଅଭିଯାନ ବିଷୟରେ ଆଲୋଚନା କରିଛନ୍ତି ।

ପୂଜା ଶନିବାର ଟ୍ବିଟରରେ ଏକ ପୋଷ୍ଟର କରି ଲେଖିଛନ୍ତି, ‘ଫିଲ୍ମ ସିଟିରେ ଫିଲ୍ମ କାର୍ଯ୍ୟକୁ ନେଇ ସବୁବେଳେ ହଲଚଲ ଦେଖିବାକୁ ମିଳିଥାଏ । ହେଲେ ଲଜ୍ୟା କଥା ଏହା ଯେ ଏହି କାର୍ଯ୍ୟକ୍ରମ ପରେ ଅନେକ ସ୍ଥାନ ଅପରିଷ୍କାର ହେଉଛି। ଦୀର୍ଘ ସମୟରୁ ଉଠାଯାଇଥିବା ସେଟର ଅପରିଷ୍କାର ଜିନିଷ ଅନେକ ସ୍ଥାନରେ ପଡି ରହିଛି । ଯାତାୟତ ପାଇଁ ବାଟ ନାହିଁ । କ୍ୟାମେରାରେ କାଳ୍ପନିକ ଦୁନିଆକୁ ନିର୍ମାଣ କରିବା ପରେ ଫିଲ୍ମ ଦୁନିଆ ସହ ସମ୍ପୃକ୍ତ ଲୋକ କାହିଁକି ଏହାର ସଫା କରୁନାହାଁନ୍ତି । ହୁଏତଃ ପ୍ରଶାସନକୁ ଏହାର ଚିନ୍ତା ନଥିବ ହେଲେ ଆମକୁ ଏହାର ଚିନ୍ତା ରହିବା କଥା।’

ଫଟୋ ସୌଜନ୍ୟ: ଟ୍ବିଟର@ପୂଜା ଭଟ୍ଟ

ବର୍ତ୍ତମାନ ପୂଜାଙ୍କ ଏହି ଟ୍ବିଟ ଉପରେ ୟୁଜର୍ସଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳୁଛି । ଜଣେ ୟୁଜର ପ୍ରତିକ୍ରିୟା ଦେଇ ସୁପରଷ୍ଟାର ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ଠାରୁ ଫିଲ୍ମ ସିଟି ସ୍ବଚ୍ଛତା ପାଇଁ କିଛି କରିବାକୁ କହିଛନ୍ତି । ଯାହାର ଅବସ୍ଥା ବର୍ଷା ଦିନରେ ଖୁବ୍ ଖରାପ ହୋଇଯାଉଛି ।

ABOUT THE AUTHOR

...view details