ଓଡିଶା

odisha

ETV Bharat / sitara

କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ - ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେଙ୍କ ନ୍ୟୁଜ

ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଥାନାକୁ ଯାଇପାରନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ । ସେ ମହାରାଷ୍ଟ୍ର ସିଏମଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

By

Published : Sep 10, 2020, 4:21 PM IST

ମୁମ୍ବାଇ: ଥମିବାର ନାଁ ନେଉନାହିଁ କୁଇନ କଙ୍ଗନା ରଣାୱତଙ୍କ ବିବାଦ । ବୁଧବାର ଅନେକ ଡ୍ରାମା ପରେ ଗୁରୁବାର ତାଙ୍କ ବିରୋଧରେ ପୋଲିସ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ବୟାନ ଦେଇ ବର୍ତ୍ତମାନ ହଟହଟା । ଯାହାକୁ ଆଧାର କରି ଭିକରୋଲି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି ।

ପୁରା ମାମଲାଟି ହେଲା ଯେ ବୁଧବାର ବିଏମସି ତାଙ୍କ ପାଲିହିଲ୍ ସ୍ଥିତ ମଣିକର୍ଣ୍ଣିକା ଅଫିସ ବେଆଇନ ନିର୍ମାଣ ଅଭିଯୋଗ ଲଗାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ସେପଟେ ମୁମ୍ବାଇରେ ପହଞ୍ଚିବା ପରେ କଙ୍ଗନା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଥିଲେ, ‘ଆଜି ମୋ ଘର ଭାଙ୍ଗୁଛ କାଲି ଉଦ୍ଧବ ଠାକରେଙ୍କ ଗର୍ବ ଭାଙ୍ଗିବ ।’

ଖାଲି ଏତିକି ନୁହେଁ ସେ ଉଦ୍ଧବଙ୍କ ସହ ଫେମସ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ମଧ୍ୟ ମୁଭି ମାଫିଆ କହି ଟ୍ବିଟ କରିଥିଲେ । ଆଉ ଯେଉଁଥିରେ ଲେଖିଥିଲେ, ‘ଆସନ୍ତୁ ଉଦ୍ଧବ ଆଉ କରନଙ୍କ ଗ୍ୟାଙ୍ଗ । ତୁମେ ମୋ ଅଫିସ୍ ଭାଙ୍ଗିସାରିଲଣି । ଆଉ ଏବେ ମୋ ଘର, ମୋ ଶରୀରର ଆଉ ମୋ ମୁହଁ ଭାଙ୍ଗିବ ଆସ । ମୁଁ ଚାହେଁ ଯେ ତୁମେ ଯାହା ହେଉନା କାହିଁକି ଦୁନିଆ ସ୍ପଷ୍ଟ ଭାବରେ ଦେଖ, ମୁଁ ବଞ୍ଚିବି କି ମରିବି କିନ୍ତୁ ମୁଁ ତୁମକୁ ଖାତିର ନକରି ତୁମ ସତ ସମସ୍ତଙ୍କ ସାମ୍ନାକୁ ନିହାତି ଆଣିବି ।’

ପ୍ରକାଶ ଥାଉକି ବୁଧବାର ବିଏମସି ଦ୍ବାରା ତାଙ୍କ ଅଫିସ୍ ଉଚ୍ଛେଦ ପ୍ରିକ୍ରିୟାର ବିରୋଧ ଫ୍ୟାନ୍ସଙ୍କ ସହ କିଛି ସେଲିବ୍ରିଟି କରିଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ ଦିଆ ମିର୍ଜା, ରେଣୁକା ସାହାଣୀ ।

ABOUT THE AUTHOR

...view details