ନୂଆଦିଲ୍ଲୀ: କଳା ଜଗତରୁ ଆସିଲା ନୈରାଶ୍ୟଜନକ ଖବର । ଆଖି ବୁଜିଲେ ତାମିଲ ଇଣ୍ଡଷ୍ଟ୍ରିର ଫେମସ କମେଡିଆନ ଆକ୍ଟର ବିବେକ । ହୃଦଘାତ କାରଣରୁ ଶୁକ୍ରବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଇତିମଧ୍ୟରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ।
ଯାହାକୁ ନେଇ ଏବେ ବିବେକଙ୍କ ଦେହାନ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ,"ଜଣାଶୁଣା ଅଭିନେତା ବିବେକଙ୍କ ଅକାଳ ବିୟୋଗ ଖବର ଅନେକ ଲୋକଙ୍କୁ ଦୁଃଖ ଦେଇଛି । ସେ ନିଜର ଦମଦାର କମେଡି ଜରିଆରେ ଲୋକଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି । ତାଙ୍କର ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି" ।
ପ୍ରକାଶ ଥାଉ ଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ବାମୀ (K. Palaniswami) ମଧ୍ୟ ଅଭିନେତା ବିବେକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।