ଓଡିଶା

odisha

ETV Bharat / sitara

ଅପେକ୍ଷାର ଅନ୍ତ: ମେ 24ରେ ରିଲିଜ ହେବ 'ପିଏମ ନରେନ୍ଦ୍ର ମୋଦି'

ଅନେକ ବାଦବିବାଦ ପରେ ଶେଷର ପିଏମ ନରେନ୍ଦ୍ର ମୋଦିକୁ ରିଲିଜ ପାଇଁ ଗ୍ରୀନ ସିଗିନାଲ ମିଳିଛି । ନିର୍ବାଚନ ଫଳାଫଳର ପରଦିନ ଅର୍ଥାତ ମେ 24ରେ ରିଲିଜ ହେବ ଫିଲ୍ମ ।

By

Published : May 4, 2019, 12:57 PM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ନିର୍ବାଚନ ଫଳାଫଳର ପରଦିନ ଅର୍ଥାତ ମେ 24ରେ ରିଲିଜ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଥିବା ବାୟୋପିକ ପିଏମ ନରେନ୍ଦ୍ର ମୋଦି । ଏଥିରେ ମୋଦିଙ୍କ ଭୂମିକାରେ ନଜର ଆସିବେ ବିବେକ ଓବରୟ ।

ପ୍ରଥମେ ଫିଲ୍ମ ଅପ୍ରିଲ 11ରେ ରିଲିଜ କରାଯିବ ବୋଲି କୁହାଯାଇଥିଲା । ମାତ୍ର ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ରିଲିଜ ତାରିଖ ଉପରେ ରୋକ ଲଗାଗଲା । ଫିଲ୍ମଟି ଆଚରଣ ବିଧି ଉଲଘଂନ କରୁଛି ବୋଲି କୁହାଗଲା । ଯଦି ଏହା ନିର୍ବାଚନ ଭିତରେ ରିଲିଜ ହୋଇଥାଆନ୍ତା, ତେବେ ଏହା ଲୋକଙ୍କ ମତକୁ ପ୍ରଭାବିତ କରିଥାଆନ୍ତା ।

ତେବେ ଫିଲ୍ମର ନିର୍ଦ୍ଦେଶକ ସନ୍ଦିପ ସିଂହଙ୍କ କହିବାନୁସାରେ, ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେଇ ଓ ଲୋକଙ୍କ ଆଗ୍ରହକୁ ଆଖିଆଗରେ ରଖି ଫିଲ୍ମର ରିଲିଜ ତାରିଖକୁ ମେ 24ରେ ରଖିଛୁ । ସେ ଏହା ମଧ୍ୟ କହିଥିଲେ ନିର୍ବାଚନ କମିଶନର ପୁରା ଫିଲ୍ମ ନ ଦେଖି ଏହାକୁ ବ୍ୟାନ କରିଛନ୍ତି ।

ଆପଣଙ୍କ ଜାଣିବା ଉଦ୍ଦେଶ୍ୟରେ କହିଦେଉଛୁ ଯେ, ଅପ୍ରିଲ 17ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଫିଲ୍ମର ସ୍ପେଶିଆଲ ସ୍କ୍ରିନିଙ୍ଗ କରାଯାଇଥିଲା । ନିର୍ବାଚନ କମିଶନ ଫିଲ୍ମକୁ ଦେଖି ଅପ୍ରିଲ 24ରେ ଫିଲ୍ମକୁ ନିର୍ବାଚନ ପୂର୍ବରୁ ରିଲିଜ ନ କରାଯିବା ଉଚିତ ବୋଲି ନିଜ ମତ ରଖିଥିଲା ।

ABOUT THE AUTHOR

...view details