ଓଡିଶା

odisha

19 ମେ ପୂର୍ବରୁ ରିଲିଜ ହୋଇପାରିବନି ପିଏମ ନରେନ୍ଦ୍ର ମୋଦି!

By

Published : Apr 24, 2019, 3:25 PM IST

ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପି.ଏମ ନରେନ୍ଦ୍ର ମୋଦିର ରିଲିଜ ତାରିଖକୁ ପୁଣି ପରିବର୍ତ୍ତନ କରାଯାଇଛି । ନିର୍ବାଚନ ଆୟୋଗ ଆଜି ସୁପ୍ରିମକୋର୍ଟକୁ ନିଜ ରାୟ ଶୁଣାଇଛନ୍ତି । 19ମେ ପୂର୍ବରୁ ରିଲିଜ ନ କରିବାକୁ କହିଛି ନିର୍ବାଚନ କମିଶନ ।

ଫାଇଲ ଫଟୋ

ହାଇଦ୍ରାବାଦ: ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପି.ଏମ ନରେନ୍ଦ୍ର ମୋଦିର ରିଲିଜ ଉପରେ ନିର୍ବାଚନ ଆୟୋଗ ରୋକ୍ ଲଗାଇଛି । 19 ମେ ପୂର୍ବରୁ ଫିଲ୍ମ ରିଲିଜ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି । ରିପୋର୍ଟ ମୁତାବକ ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ଶୁକ୍ରବାର ଏହି ମାମଲା ଉପରେ ପୁଣି ବିଚାର କରାଯିବ ।

ଅଦାଲତ ନିର୍ବାଚନ ଆୟୋଗକୁ ଫିଲ୍ମ ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲା । ନିର୍ବାଚନ ଆୟୋଗ 17 ଅପ୍ରିଲରେ ପି. ଏମ ନରେନ୍ଦ୍ର ମୋଦି ଦେଖିଥିଲେ । ଏହି ମାମଲା ଅନ୍ତର୍ଗତ ଫିଲ୍ମ ନିର୍ମାତା ମୁକୁଲ ରୋହଗତି ଦଲିଲ ଦେଇ କହିଥିଲେ ଯେ, ନିର୍ବାଚନ ଆୟୋଗ ପୁରା ଫିଲ୍ମ ଦେଖିବା ପୂର୍ବରୁ ହିଁ ପ୍ରୋମୋ ଆଧାରରେ ନିର୍ଣ୍ଣୟ ନେଇଛନ୍ତି । ତେବେ ନିର୍ବାଚନ ଆୟୋଗର କହିବା ମୁତାବକ ପୁରା ଫିଲ୍ମ ନମିଳିବାରୁ ପ୍ରୋମୋ ଦେଖିକି ଓ ବିରୋଧି ଦଳଙ୍କ ଅଭିଯୋଗ ଆଧାରରେ ଫିଲ୍ମ ରିଲିଜ ନ କରିବାକୁ ନିର୍ଣ୍ଣୟ ନେଇଛନ୍ତି ।

ପୂର୍ବରୁ ଫିଲ୍ମ 11 ଅପ୍ରିଲରେ ରିଲିଜ ହେଇଥା'ନ୍ତା । ମାତ୍ର ଆଚରଣ ବିଧି ଉଲଂଘନ କାରଣରୁ ରିଲିଜ ତାରିଖ ଉପରେ ରୋକ ଲଗାଯାଇଥିଲା । ଏହା ପୂର୍ବରୁ ମଧ ତିନି ଥର ରିଲିଜ ତାରିଖକୁ ପରିବର୍ତ୍ତନ କରାଯାଇଛି ।

ABOUT THE AUTHOR

...view details