ମୁମ୍ବାଇ: ଚର୍ଚ୍ଚାରେ ଅଭିନେତା ବିବେକ ଓବରୟଙ୍କ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି' । ଫିଲ୍ମର ସୁଟି ଜୋରସୋରରେ ଚାଲିଛି । ପ୍ରାୟା ସବୁ ଦିନ ଏହି ଫିଲ୍ମରେ ନୂଆ ନୂଆ କଳାକାରଙ୍କର ଏଣ୍ଟ୍ରି ହେଉଥିବାର ଶୁଣିବାକୁ ମିଳୁଛି। ଏହି କ୍ରମରେ କମେଡିଆନ ଅଭିନେତା ବୋମନ ଇରାନୀ ମଧ୍ୟ ସମ୍ପୃକ୍ତ ହୋଇଛନ୍ତି। ସେ ଫିଲ୍ମରେ ବିଜନେସ ଟାଇକୁନ ରତନ ଟାଟାଙ୍କ ଭୂମିକାରେ ନଜର ଆସିବେ।
ବୋମନ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଉମଙ୍ଗ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ସନ୍ଦୀପ ସିଂହ, ସୁରେଶ ଓବରୟ ଦ୍ବାରା ନିର୍ମିତ ଫିଲ୍ମର ସୁଟିଂ ଗତ ରବିବାରରୁ ଅହମ୍ମଦାବାଦରେ ଆରମ୍ଭ କରିଦେଇଛନ୍ତି ।
ଏହି ଅବସରରେ ବୋମନ କହିଛନ୍ତି କି ତାଙ୍କୁ ସୋସିଆଲ ମିଡିଆରେ ସବୁବେଳେ ଏପରି ଟିପ୍ପଣୀ ମିଳିଥାଏ କି ସେ ରତନ ଟାଟାଙ୍କ ପରି ଦେଖାଯାଇଛନ୍ତି । ସେ ସବୁବେଳେ ଭାବୁଥିଲେ କି ଯେଉଁଦିନ ତାଙ୍କୁ ଏ ଭୂମିକାର ପ୍ରସ୍ତାବ ମିଳିବ, ତାହା ସେ ଶାନଦାର ରୂପେ ଉପସ୍ଥାପନ କରିବେ। ଯେତେବେଳେ ତାଙ୍କୁ ଫିଲ୍ମ ମେକର୍ସଙ୍କ ଫୋନ ଆସିଥିଲା ରତନଙ୍କ ଭୂମିକାରେ ଅଭିନୟ କରିବାକୁ, ତେବେ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ଉମଙ୍ଗ ଜଣେ ଭଲ ନିର୍ଦ୍ଦେଶକ। ତାଙ୍କ ସହ କାମ କରିବା ମଧ୍ୟ ଶାନଦାର ସାବ୍ୟସ୍ତ ହୋଇଛି।
ଏହି ବାୟୋପିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଜୀବନରୁ ନେଇ ରାଜନୈତିକ ଜୀବନର କାହାଣୀ ଦେଖିବାକୁ ମିଳିବ।