ଓଡିଶା

odisha

ETV Bharat / sitara

ଘୁଞ୍ଚିଲା 'ମୋଦି' ବାୟୋପିକ ରିଲିଜ ଡେଟ୍ - congress

ଅନେକ ବିବାଦ ପରେ ଘୁଞ୍ଚିଲା 'ପିଏମ ନରେନ୍ଦ୍ର ମୋଦି' ବାୟୋପିକ ରିଲିଜ ତାରିଖ । ଏବେ ଏପ୍ରିଲ 5 ପରିବର୍ତ୍ତେ ଏପ୍ରିଲ 11ରେ ରିଲିଜ ହେବ ଫିଲ୍ମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଓମଙ୍ଗ କୁମାର

By

Published : Apr 6, 2019, 5:20 AM IST

ନୂଆଦିଲ୍ଲୀ: 'ପିଏମ ନରେନ୍ଦ୍ର ମୋଦି' ବାୟୋପିକ ଏପ୍ରିଲ 5ରେ ରିଲିଜ ହେବାର ଥିଲା । କିନ୍ତୁ ଏବେ ଏହି ଫିଲ୍ମର ରିଲିଜ ଡେଟ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମକୋର୍ଟ ଫିଲ୍ମ ରିଲିଜକୁ ରୋକିବା ପାଇଁ କଂଗ୍ରେସ ନେତାଙ୍କ ଯାଚିକା ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ 8ରେ କରିବେ । କଂଗ୍ରେସ ସହିତ ଅନେକ ବିରୋଧୀ ଦଳଙ୍କୁ ମଧ୍ୟ ଏହି ଫିଲ୍ମକୁ ନେଇ ଆପତ୍ତି ରହିଛି । ବିରୋଧୀ ଦଳ ଅନୁଯାୟୀ ଏହି ଫିଲ୍ମ ଜରିଆରେ ଆସନ୍ତା ଲୋକସଭା ନିର୍ବାଚନରେ ମୋଦିଙ୍କୁ ଫାଇଦା ମିଳିବ । ତେଣୁ ନିର୍ବାଚନ ସମୟରେ ଫିଲ୍ମଟିକୁ ରିଲିଜ କରିବା ଠିକ୍ କଥା ନୁହେଁ ।

ନ୍ୟାୟମୂର୍ତ୍ତୀ ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ କୁହାଯାଇଛି ଯେ, ଯାଚିକା ଉପରେ ସେ ଆସନ୍ତା ସୋମବାର ଦିନ ଶୁଣାଣି କରିବେ । ଯାଚିକାକର୍ତ୍ତା ଏବଂ କଂଗ୍ରେସ ପ୍ରବକ୍ତା ଅମନ ପୱାରଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ଅଭିଷେକ ମନୁ ସିଂଘୱି କହିଛନ୍ତି କି, ଦୁଇ ଉଚ୍ଚ ନ୍ୟାୟାଳୟରେ ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ପ୍ରଦର୍ଶନ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ତାଙ୍କ ଅନୁଯାୟୀ ଫିଲ୍ମର ପ୍ରଦର୍ଶନ ନିର୍ବାଚନକୁ ପ୍ରଭାବିତ କରିପାରେ ।

ପ୍ରକାଶ ଥାଉକି, ମାର୍ଚ୍ଚ 10ରେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । କଂଗ୍ରେସର କହିବା ଅନୁଯାୟୀ ଏହି ଫିଲ୍ମର ଲକ୍ଷ୍ୟ ନିର୍ବାଚନର ପ୍ରଚାର କରିବା। ଜଣାଇ ଦେଉଛୁ ଯେ 'ପିଏମ ନରେନ୍ଦ୍ର ମୋଦି' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର। ଫିଲ୍ମରେ ମୋଦି ଚରିତ୍ରରେ ବିବେକ ଓବରୟ ନଜର ଆସିବେ। ଅନ୍ୟପଟେ ନିର୍ବାଚନ ଆୟୋଗ କହିଛି ଯେ, 'ପିଏମ ମୋଦି ବାୟୋପିକ' ଉପରେ କୌଣସି ଆପତ୍ତି ନାହିଁ ।

ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରାଯାଇ ଏପ୍ରିଲ 11 କରାଯାଇଛି । ଏବେ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ଫିଲ୍ମ ଦେଖିବା ପାଇଁ । ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ ହେବା ଖବର ଉମଙ୍ଗ ଟ୍ବିଟର ଜରିଆରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ABOUT THE AUTHOR

...view details