ଓଡିଶା

odisha

ETV Bharat / sitara

'ମୋଦି' ବାୟୋପିକରେ ଗୋଧ୍ରା କାଣ୍ଡ, ଆସିଲା ପ୍ରମୋ ଭିଡିଓ - promo

2002ରେ ଗୁଜରାଟ ଗୋଧ୍ରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ଟ୍ରେନକୁ ଜଳାଇ ଦିଆଯାଇଥିବା ଘଟଣାଟି 'ପିଏମ ନରେନ୍ଦ୍ର ମୋଦି' ବାୟୋପିକରେ ଦେଖିବାକୁ ମିଳିଛି । ଯାହା ଦେଶର ସବୁଠାରୁ ବଡ ଘଟଣା ମଧ୍ୟରୁ ଅନ୍ୟତମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

By

Published : Mar 28, 2019, 9:40 PM IST

ମୁମ୍ବାଇ: ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି' । ରିଲିଜ ହେବା ପୂର୍ବରୁ ଫିଲ୍ମଟି ଖୁବ୍ ଚର୍ଚ୍ଚା ସହ ବିବାଦ ଘେରରେ ମଧ୍ୟ ଆସିଯାଇଛି । ଅନ୍ୟପଟେ ବିରୋଧୀଫିଲ୍ମ ରିଲିଜ ଅଟକାଇବା ପାଇଁ ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରିଛନ୍ତି ।

ହାଇକୋର୍ଟରେ ମଧ୍ୟ ଯାଚିକା ଦାଏର କରି ଫିଲ୍ମ ରିଲିଜ ଉପରେ ବ୍ୟାନ ଲଗାଯିବା ନେଇଦାବି କରାଯାଇଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି'ର ଏକ ନୂଆ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି ।

ପ୍ରୋମୋ ଭିଡିଓରେ 2002ରେ ଗୁଜରାଟରେ ହୋଇଥିବା ଗୋଧ୍ରା ଦଙ୍ଗା ଉପରେ ପ୍ରଶ୍ନ ଏବଂ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ ଜବାବ ଦେଖିବାକୁ ମିଳିଛି । 16 ସେକେଣ୍ଡର ଏହି ପ୍ରୋମୋ ଭିଡିଓରେ ମୋଦିଙ୍କ ରୋଲରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରାୟଙ୍କୁ ସମ୍ବାଦଦାତା ପ୍ରଶ୍ନ ପଚାରୁଛନ୍ତି ଯେ ଆପଣ ଆଜି ପର୍ଯ୍ୟନ୍ତ ଗୋଧ୍ରା ପାଇଁ କ୍ଷମା କାହିଁକି ମାଗିନାହାଁନ୍ତି ? ବିବେକ ଏହାର ଉତ୍ତରରେ କହୁଛନ୍ତି, "ମାଫି ଅପରାଧି ମାଗନ୍ତି, ଆଇନ ସାକ୍ଷୀ । ଯଦି ମୁଁ ଅପରାଧି ତେବେ ଫାଶୀରେ ଝୁଲାଇଦିଅ ।"

ଏହି ପ୍ରୋମୋ ଆସିବାକୁ ଫିଲ୍ମକୁ ନେଇ ବିବାଦ ପୁଣି ଦେଖାଯିବା ଆଶଙ୍କା ରହିଛି । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଉମଙ୍ଗ କୁମାର ଏହି ଫିଲ୍ମର ଟ୍ରେଲରରେ ମୋଦିଙ୍କ ପିଲା ବେଳରୁ ନେଇ ରାଜନୈତିକ କାହାଣୀ ଦେଖିବାକୁ ମିଳିଥିଲା । ଟ୍ରେଲର ରିଲିଜ ହେବା ପରେ ଅନେକ ଦର୍ଶକ ଏହାର ଖୁବ୍ ମଜାକ ମଧ୍ୟ ଉଡାଇଥିଲେ । ଦର୍ଶକ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ବେଷ୍ଟ କମେଡି ଫିଲ୍ମ କହିଥିଲେ ।

For All Latest Updates

ABOUT THE AUTHOR

...view details