ଓଡିଶା

odisha

ETV Bharat / sitara

ଗିରୀଶଙ୍କ ମୃତ୍ୟୁରେ ମୋଦି-କୋବିନ୍ଦଙ୍କ ଇମୋଶନାଲ ପୋଷ୍ଟ

ଆଜି ସକାଳେ ବରିଷ୍ଠ ଅଭିନେତା ଗିରୀଶ କର୍ଣ୍ଣଡଙ୍କ 81 ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏହି ଦୁଃଖଦ ସମୟରେ ଅନେକ ସେଲିବ୍ରେଟି ସହ ରାଜନେତା ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଡିଜାଇନ ଫଟୋ

By

Published : Jun 10, 2019, 7:17 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ନାଟ୍ୟକାର ଏବଂ ଅଭିନେତା ଗିରୀଶ କର୍ଣ୍ଣଡଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଆଜି ସକାଳେ ଗିରିଶଙ୍କ 81 ବର୍ଷ ବୟସରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ନରେନ୍ଦ୍ର ମୋଦି

ତାଙ୍କ ମୃତ୍ୟୁରେ ମୋଦି ଟ୍ବିଟରରେ ଏକ ଇମୋଶନାଲ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଗିରୀଶଙ୍କୁ ସର୍ବଦା ତାଙ୍କ କାମ ପାଇଁ ସ୍ମରଣ କରାଯିବ । ସେ ସେହି ପ୍ରସଙ୍ଗ ଉପରେ ଭାବୁକତା ସହ ନିଜ ପକ୍ଷ ରଖୁଥିଲେ, ଯାହା ତାଙ୍କୁ ପ୍ରିୟ ଲାଗୁଥିଲା । ଆଗାମୀ ସମୟରେ ତାଙ୍କ କାମର ଲୋକପ୍ରିୟତା ଏମିତି ହିଁ ରହିବ । ତାଙ୍କ ନିଧନରେ ଦୁଃଖିତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।"

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ରାମନାଥ କୋବିନ୍ଦ

ସେହିପରି ରାଷ୍ଟ୍ରପତି ରାମନାଥ ଲେଖିଛନ୍ତି, "କର୍ଣ୍ଣଡଙ୍କ ମୃତ୍ୟୁରେ ଭାରତର ମନୋରଞ୍ଜନ ଜଗତରେ ଶୂନ୍ୟସ୍ଥାନ ପଡିଛି । ଲେଖକ, ଅଭିନେତା ଏବଂ ଭାରତୀୟ ରଙ୍ଗମଞ୍ଚର ମହାନାୟକ ଗିରୀଶଙ୍କ ମୃତ୍ୟୁ ବିଷୟରେ ଜାଣି ବହୁତ ଦୁଃଖ ହୋଇଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।"

ପ୍ରକାଶ ଥାଉକି 1960ରେ 'ଯଯାତି', 1964ର 'ତୁଗଲକ' ଭଳି ନାଟକ ଜରିଆରେ ଗିରୀଶଙ୍କୁ ଦର୍ଶକଙ୍କ ଖୁବ୍ ସ୍ନେହ ମିଳିଥିଲା । ଏହାସହ ସେ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ 'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହେ'ରେ ଶାନଦାର ଅଭିନୟ କରିଥିଲେ । ଅନ୍ୟପଟେ ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣରେ ସମ୍ମାନିତ ମଧ୍ୟ କରାଯାଇଥିଲା ।

For All Latest Updates

ABOUT THE AUTHOR

...view details