ଓଡିଶା

odisha

ETV Bharat / sitara

Bappi Lahiri Demise: ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ଶୋକ ପ୍ରକାଶ

ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବାପି ଲାହିରି । ଅଧିକ ପଢନ୍ତୁ

By

Published : Feb 16, 2022, 10:20 AM IST

ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା
ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା

ହାଇଦ୍ରାବାଦ: ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବାପି ଲାହିରି । ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହା ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲାହିରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା । ମଙ୍ଗଳବାର ରାତି 11.45ରେ ତାଙ୍କର ଦେହାନ୍ତ ହୋଇଛି।

ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଶ୍ରୀ ବାପି ଲାହିରି ଜୀଙ୍କର ସଂଗୀତରେ ଥିଲା ଯାଦୁ, ବିଭିନ୍ନ ଭାବନାକୁ ସୁନ୍ଦର ଭାବରେ ବ୍ୟକ୍ତ କରୁଥିଲେ । ପ୍ରତ୍ୟେକ ପିଢିର ଲୋକମାନେ ତାଙ୍କ ଗୀତ ସହିତ ରିଲେଟ କରିପାରିବେ । ତାଙ୍କର ଜୀବନ୍ତ ସ୍ବଭାବ ସମସ୍ତଙ୍କୁ ମନେ ରହିବ । ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍‌ ଶାନ୍ତି ଲେଖି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଶୋକ ବ୍ୟକ୍ତ କଲେ ଗୃହମନ୍ତ୍ରୀ ଅମିତ

କିମ୍ବଦନ୍ତୀ ଗାୟକ ତଥା ସଙ୍ଗୀତଜ୍ଞ ବାପି ଲାହିରି ଜୀଙ୍କର ଦେହାନ୍ତ ବିଷୟରେ ଜାଣିବା ପରେ ମୁଁ ଦୁଃଖିତ । ତାଙ୍କ ମୃତ୍ୟୁ ଭାରତୀୟ ସଙ୍ଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ବାପି ଦା ତାଙ୍କର ବହୁମୁଖୀ ଗୀତ ଏବଂ ଜୀବନ୍ତ ପ୍ରକୃତି ପାଇଁ ସ୍ମରଣୀୟ ରହିବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍‌ ଶାନ୍ତି

ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଅଜୟ ଦେବଗନ୍

ବାପି ଦା ବ୍ୟକ୍ତିଗତ ଭାବେ ବହୁତ ଭଲ ଥିଲେ । କିନ୍ତୁ, ତାଙ୍କ ସଙ୍ଗୀତର ଏକ ଧାର ଥିଲା । ସେଡିସ୍କୋ ଡାନ୍ସର୍ ସହିତ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ଏକ ସମସାମୟିକ ଶୈଳୀକୁ ପରିଚିତ କରାଇଥିଲେ । ଓମ୍‌ ଶାନ୍ତି।

ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଅଶୋକ ପଣ୍ଡିତ

ରକଷ୍ଟାର ବାପି ଲାହିରି ଜୀଙ୍କ ପରଲୋକ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଛି । ମୋର ପଡ଼ୋଶୀ ଆଉ ନାହାଁନ୍ତି ବୋଲି ବିଶ୍ବାସ କରିହେଉ ନାହିଁ । ତୁମର ସଙ୍ଗୀତ ସବୁବେଳେ ଆମ ହୃଦୟରେ ରହିବ । ଓମ୍‌ ଶାନ୍ତି

ଫିଲ୍ମ ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର ଓ ଶରାବୀ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି । ଚଳଚ୍ଚିତ୍ର ଡାର୍ଟି ପିକ୍ଚରରେ ଚୁଟକି ଜୋ ତୁନେ କାଟି ହେ ସଙ୍ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ଶେଷ ଥର ପାଇଁ ୨୦୨୦ରେ ସେ ବାଘୀ-୩ରେ ବନକର ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ସଲମାନ ଖାନଙ୍କ ସହ ରିଅଲିଟି ସୋ ବିଗ୍ ବସ୍ 15 ରେ ଶେଷ ଥର ପାଇଁ ପରଦାରେ ନଜର ଆସିଥିଲେ ବାପି । ଯେଉଁଠାରେ ସେ ତାଙ୍କ ନାତି ସ୍ବାସ୍ତିକଙ୍କ ନୂଆ ଗୀତ 'ବଚା ପାର୍ଟି'ର ପ୍ରମୋସନ କରିଥିଲେ । ନିଜର କଳା ପାଇଁ ବେଶ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details