ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଦାବି ଏବେ ଦେଶର ବଡ ପ୍ରସଙ୍ଗ ସାଜିଛି । ତାଙ୍କ ମୃତ୍ୟୁ ପରଠୁ ଫ୍ୟାନ୍ସ ସୋସିଆଲ ମିଡିଆରେ କ୍ରମାଗତ ଭାବେ ସିବିଆଇ ଯାଞ୍ଚ ଦାବି କରିଆସୁଛନ୍ତି । ସେହିପରି ଫ୍ୟାନ୍ସ ତାଙ୍କ ପୁରୁଣା ଫଟୋ, ଭିଡିଓ ସେୟାର କରି ତାଙ୍କୁ ନ୍ୟାୟ ଦେବାକୁ କହୁଛନ୍ତି । ଫ୍ୟାନ୍ସଙ୍କ ପରି କିଛି ସେଲିବ୍ରିଟି ମଧ୍ୟ ସିବିଆଇ ଯାଞ୍ଚ ଦାବି କରୁଛନ୍ତି । ଇତିମଧ୍ୟରେ ଦେଶର ଅନେକ ସ୍ଥାନରେ ‘ଜଷ୍ଟିସ ଫର ସୁଶାନ୍ତ’ ବ୍ୟାନର ମଧ୍ୟ ଲାଗିଥିବାର ଦେଖିବାକୁ ମିଳୁଛି । ଯାହା ତଳେ ସିବିଆଇ ଯାଞ୍ଚ ବିଷୟରେ କୁହାଯାଇଛି ।
ଦେଶ ସାରା ଘୁରି ବୁଲୁଛି ‘ଜଷ୍ଟିସ ଫର ସୁଶାନ୍ତ’ ବ୍ୟାନର - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା
ପୁଣି ଟ୍ବିଟରରେ ଟ୍ରେଣ୍ଡ କଲା ସୁଶାନ୍ତଙ୍କ ସିବିଆଇ ଯାଞ୍ଚ ଦାବି । ଏଥର ଦେଶର ଅନେକ ସ୍ଥାନରେ ଲାଗିଲା ‘ଜଷ୍ଟିସ ଫର ସୁଶାନ୍ତ’ ବ୍ୟାନର।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଏହାକୁ ଆଧାର କରି ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ଟ୍ବିଟରରେ #JanAndolan4SSR ଟ୍ରେଣ୍ଡ କରାଇବା ଆରମ୍ଭ କରିଦେଇଛନ୍ତି । ଦେଖନ୍ତୁ କିଛି ପୋଷ୍ଟ...
ପ୍ରକାଶ ଥାଉକି ସୁଶାନ୍ତ ଗତ ଜୁନ 14ରେ ବାନ୍ଦ୍ରାସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହାଁନ୍ତି । ଫ୍ୟାନ୍ସଙ୍କୁ ଲାଗୁଛି ଯେ ବଲିଉଡରେ ଚାଲିଥିବା ପରିବାରବାଦ ପାଇଁ ଆତ୍ମହତ୍ୟା କରିଛନ୍ତି ସେ।