ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ଅଙ୍ଗ ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ବାସ୍ତବରେ, କିଡନୀ ରୋଗ ହେତୁ ପାୟଲ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଥଲେ । ଏହାକୁ ଦୃଷ୍ଟିରେ ରଖି ପାୟଲ ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତି ନେଇଛନ୍ତି ।
ଏହି ଅବସରରେ ପାୟଲ କହିଛନ୍ତି, ମୁଁ ମୋର ମୃତ୍ୟୁ ପରେ ମୋର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛି । ମୋର ମୃତ୍ୟୁ ପରେ ମୋର ଅଙ୍ଗ ଦାନ କରିବାକୁ ମୁଁ ମୋ ପରିବାରକୁ ଅନୁରୋଧ କରିଛି । ଦାନ କାର୍ଯ୍ୟ ଅତ୍ୟନ୍ତ ଉତ୍ତମ ଅଟେ । ଏହି ଦାନ ଦ୍ବାରା ମୁଁ ଅନ୍ୟର ଜୀବନ ରକ୍ଷା କରିପାରିବି । ମୁଁ ଆଜି ଜଣେ ବନ୍ଧୁଙ୍କୁ ହରାଇଲି । ସେ କିଡନୀ ରୋଗରେ ପୀଡିତ ଥିଲେ ଏବଂ ଲକଡାଉନ ଯୋଗୁଁ ତାଙ୍କୁ ଡୋନର ମିଳି ନଥିଲେ ।