ଓଡିଶା

odisha

ETV Bharat / sitara

ଯୌନ ନିର୍ଯାତନା ଅଭିଯୋଗ: ଅନୁରାଗଙ୍କ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ, ପୋଲିସକୁ ନିନ୍ଦା କଲେ ପାୟଲ - ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ବିଟ ଭାଇରାଲ

ପାଖାପାଖି 4 ମାସ ପୂର୍ବେ ଅନୁରାଗଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପାୟଲ ଏବେ ପୁଣି ଆକ୍ସନ ମୁଡରେ । ସେ ଟ୍ବିଟ କରି ଏଥର ମୁମ୍ବାଇ ପୋଲିସକୁ କଡା ପ୍ରଶ୍ନ ପଚାରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ

By

Published : Dec 22, 2020, 9:44 AM IST

ମୁମ୍ବାଇ: ଲୋକପ୍ରିୟ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରୁଜୁ କରିଥିବା ଅଭିନେତ୍ରୀ ପାୟଲ ଘୋଷ ସୋମବାର ମୁମ୍ବାଇ ପୋଲିସକୁ କିଛି ମାସ ଅଭିଯୋଗ ପରେ ମଧ୍ୟ ଫିଲ୍ମ ନିର୍ମାତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସମାଲୋଚନା କରିଛନ୍ତି । ସେପ୍ଟେମ୍ବର 23ରେ ସେ କାଶ୍ୟପଙ୍କୁ ଉପରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ ସେ । ହେଲେ ସେପଟେ ଅନୁରାଗ ଏହି ଅଭିଯୋଗକୁ ଅସ୍ବୀକାର କରି ଆସୁଛନ୍ତି ।

ସେହିପରି ଅକ୍ଟୋବର ଆରମ୍ଭରେ ଅନୁରାଗଙ୍କୁ ପୋଲିସ ପଚରାଉଚରା କରିଥିଲା । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିରକ୍ତ ହୋଇ ଅଭିନେତ୍ରୀ ସମାଲୋଚନା କରି ଏକ ଟ୍ବିଟ କରିଛନ୍ତି । ଆଉ ଯେଉଁଥିରେ ଲେଖିଛନ୍ତି, ‘4 ମାସ ହୋଇସାରିଛି ହେଲେ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପ୍ରକ୍ରିୟା ଚାଲିବାକୁ ମୋତେ ମରିବାକୁ ପଡିବ କି? ଏହା କିଛି ସମୟ ହୋଇଗଲାଣି ଏବଂ ମୁମ୍ବାଇ ପୋଲିସ ଏହା ସର୍ବୋତ୍ତମ କରି ନାହିଁ । ଏକ ଆନ୍ତରିକ ଅନୁରୋଧ । ଏହା ମହିଳାମାନଙ୍କର ବିଷୟ ଏବଂ ଆମେ କେଉଁ ଉଦାହରଣ ସୃଷ୍ଟି କରୁଛୁ ସେ ବିଷୟରେ ସଚେତନ ହେବା ଉଚିତ୍ ।’

ପ୍ରକାଶ ଥାଉକି ଏହାପୂର୍ବରୁ ଅଭିନେତ୍ରୀ ଜଣକ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହୟତା ମଧ୍ୟ ଲୋଡି ସାରିଛନ୍ତି । ଖାଲି ଏତିକି ନୁହେଁ ଅନୁରାଗଙ୍କ ସହ ସେ ଅଭିନେତ୍ରୀ ହୁମା କୁରୈଶୀ, ରିଚା ଚଡ୍ଡା ଓ ମାହି ଗିଲଙ୍କ ସମାଲୋଚନା କରିଥିଲେ । ଯାହାପରେ ରିଚା ତାଙ୍କ ନାଁରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ABOUT THE AUTHOR

...view details