ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର ନିଜର ଆଗାମୀ ଚଳଚ୍ଚିତ୍ର 'ବଧାଇ ଦୋ'ର କୋ-ଷ୍ଟାର ରାଜକୁମାର ରାଓଙ୍କ ସହ 'ପୱାରି ହୋ ରହି ହେ ମିମ' ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ଅଭିନେତ୍ରୀ 'ପୱାରି ହୋ ରହି ହେ'ର ଏକ ମଜାଦାର ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, 'ଆଜି ରାତିରେ ପାର୍ଟି କେଉଁଠାରେ ଅଛି?'
ଭିଡିଓରେ... ଭୂମି,ରାଜକୁମାର, ଚଳଚ୍ଚିତ୍ର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣି ଏବଂ ପୁରା ଟିମଙ୍କ ସହ ଫିଲ୍ମର ସେଟରେ 'ପୱାରି ହୋ ରହି ହେ' କହୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।