ଓଡିଶା

odisha

ETV Bharat / sitara

ପ୍ରେମିକାଙ୍କ ସହ ରୋମାନ୍ସରେ ବ୍ୟସ୍ତ ସ୍ବାମୀ, ଅଡୁଆରେ ସ୍ତ୍ରୀ

ରିୟଲ ଲାଇଫରେ ତ ନୁହେଁ କିନ୍ତୁ ରିଲ ଲାଇଫରେ କାର୍ତ୍ତିକ ଆର୍ଯ୍ୟାନ, ଅନନ୍ୟା ପାଣ୍ଡେଙ୍କ ସହ ଆରମ୍ଭ କରିଦେଇଛନ୍ତି ରୋମାନ୍ସ । ଏହି ଖବର ଶୁଣି ଆପଣମାନେ ଯେତିକି ଖୁସି, ସେତିକି ଦୁଃଖୀ ଅଛନ୍ତି ଅଭିନେତ୍ରୀ ଭୂମି ପାଣ୍ଡେକର । ହେଲେ ଆପଣ ଜାଣନ୍ତି କି ଭୂମି କାହିଁକି ଦୁଃଖୀ...

By

Published : Feb 5, 2019, 12:01 PM IST

ଫଟୋ ସୌଜନ୍ୟ: ଏଏନଆଇ


ମୁମ୍ବାଇ: ରିୟଲ ଲାଇଫରେ ତ ନୁହେଁ କିନ୍ତୁ ରିଲ ଲାଇଫରେ କାର୍ତ୍ତିକ ଆର୍ଯ୍ୟାନ, ଅନନ୍ୟା ପାଣ୍ଡେଙ୍କ ସହ ଆରମ୍ଭ କରିଦେଇଛନ୍ତି ରୋମାନ୍ସ । ଏହି ଖବର ଶୁଣି ଆପଣମାନେ ଯେତିକି ଖୁସି, ସେତିକି ଦୁଃଖୀ ଅଛନ୍ତି ଅଭିନେତ୍ରୀ ଭୂମି ପାଣ୍ଡେକର । ହେଲେ ଆପଣ ଜାଣନ୍ତି କି ଭୂମି କାହିଁକି ଦୁଃଖୀ...

କଥା କଣ କି, କାର୍ତ୍ତିକ ଆର୍ଯ୍ୟାନ, ଭୂମି ପାଣ୍ଡେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ 'ପତି ପତ୍ନୀ ଔର ବୋ'ର ସୁଟିଂ ଆରମ୍ଭ ହୋଇଯାଇଛି । ଫିଲ୍ମଟି 70ଦଶକର ଫିଲ୍ମ 'ପତି ପତ୍ନୀ ଔର ବୋ'ର ରିମେକ । ସେହି ଫିଲ୍ମରେ ସଞ୍ଜୀବ କୁମାର ନଜର ଆସିଥିବାବେଳେ ଏବେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟାନ । ଫିଲ୍ମରେ ଭୂମି କାର୍ତ୍ତିକଙ୍କ ପତ୍ନୀ ହୋଇଥିବାବେଳେ ଅନନ୍ୟା ହୋଇଛନ୍ତି ସେକ୍ରେଟାରୀ ତଥା ପ୍ରେମିକା ।

ଫିଲ୍ମର ସୁଟିଂ ଗତକାଲିଠାରୁ ଆରମ୍ଭ ହୋଇଛି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି ପ୍ରଯୋଜକ ଭୂଷଣ କୁମାର । ସ୍ବାମୀଙ୍କୁ ଆଉ କାହା ସହ ଦେଖି ଭୂମି ଏବେ ଦୁଃଖୀ । ପ୍ରକାଶ ଥାଉକି, ଫିଲ୍ମର ପ୍ରଯୋଜନା ଭୂଷଣ କୁମାର ଦେଉଥିବାବେଳେ ପ୍ରଥମେ ଭୂମିଙ୍କ ସ୍ଥାନରେ ଥିଲେ ତାପସୀ । କିନ୍ତୁ କୌଣସି କାରଣରୁ ତାପସୀ ଓହରିଯିବାରୁ ଏଣ୍ଟ୍ରି ମାରିଥିଲେ ଭୂମି ।

For All Latest Updates

ABOUT THE AUTHOR

...view details