ଓଡିଶା

odisha

ETV Bharat / sitara

ୟୁଟ୍ୟୁବରେ କାର୍ତ୍ତିକଙ୍କ ‘ଅଖିଁୟୋଂ ସେ ଗୋଲି ମାରେ’ ବ୍ଲାଷ୍ଟ - ଚର୍ଚ୍ଚିତ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ନୂଆ ଗୀତ

ଜଲଦି ପରଦାରେ କାର୍ତ୍ତିକଙ୍କ କମେଡି ଫିଲ୍ମ ‘ପତି ପତ୍ନୀ ଔର ୱୋ’ ଦେଖିବାକୁ ପାଇବେ ଦର୍ଶକ । ଏବେ ଫିଲ୍ମର ଗୀତ ସୋସିଆଲ ମିଡିଆରେ କରୁଛି ଧମାଲ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ

By

Published : Nov 24, 2019, 2:41 AM IST

ମୁମ୍ବାଇ: ଖୁବଶୀଘ୍ର ହ୍ୟାଣ୍ଡସମ ଆକ୍ଟର କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ ଓ ଭୂମି ପେଡନେକରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ରିଲିଜ ହେବାକୁ ପ୍ରସ୍ତୁତ । ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଫିଲ୍ମର ଦୁଇଦିନ ପୂର୍ବେ ରିଲିଜ ହୋଇଥିବା ନୂଆ ଗୀତ ‘ଆଖିଁୟୋଂ ସେ ଗୋଲି ମାରେ’ । ଗୀତଟିକୁ ଫେମସ କୋରିଓଗ୍ରାଫର ଫରାହ ଖାନ କୋରିଓଗ୍ରାଫ କରିଛନ୍ତି ।

ସେହିପରି ଏହି ଦମଦାର ଗୀତକୁ ଗାଇଛନ୍ତି ତୁଳସୀ କୁମାର ଓ ମିକା ସିଂ । ଗୋବିନ୍ଦା ଓ ରବୀନା ଟଣ୍ଡନଙ୍କ ଏହି ସୁପରହିଟ୍ ଗୀତକୁ ‘ପତି ପତ୍ନୀ ଔର ୱୋ’ରେ ରିକ୍ରିଏଟ କରାଯାଇଛି । ଏଥିରେ ମଧ୍ୟ ଗୋବିନ୍ଦା ଓ ରବୀନାଙ୍କ ସିଗ୍ନେଚର ଷ୍ଟେପ ରଖାଯାଇଛି । ଗୀତଟି ଏକ ପାର୍ଟି ସଙ୍ଗ । ଯେଉଁଥିରେ କାର୍ତ୍ତିକ ନିଜ ପତ୍ନୀ ଏବଂ ଅଫିସ ଗାର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଗୀତ ପୂର୍ବରୁ ଫିଲ୍ମର ‘ଧିମେ ଧିମେ’ ଗୀତ ମଧ୍ୟ ଖୁବ୍ ପପୁଲାର ହୋଇଥିଲା ।

ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ଫିଲ୍ମର କମେଡି ଟ୍ରେଲରର ଯାଦୁ ଏଯାବତ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ମୁଦସର ଅଜୀତଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମର ନିର୍ମାଣ ଭୂଷଣ କୁମାର, କୃଷ୍ଣା କୁମାର, ରେନୁ ଚୋପ୍ରା ଓ ଜୁନେ ଚୋପ୍ରା କରିଛନ୍ତି ।

1978ରେ ଆସିଥିବା ବିଆର ଚୋପ୍ରାଙ୍କ ଫେମସ ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ଏହା ରିମେକ ଫିଲ୍ମର । 70 ଦଶକର ଏହି ସୁପରହିଟ୍ କମେଡି ଫିଲ୍ମରେ ଅଭିନେତା ସଞ୍ଜୀବ କପୁର, ବିଦ୍ୟା ସିହ୍ନା ଓ ରଞ୍ଜୀତା କୌର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ABOUT THE AUTHOR

...view details