ହାଇଦ୍ରାବାଦ: ମାଳଦ୍ବୀପରେ ପରିବାର ସହିତ ଛୁଟି କାଟୁଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେ ଭାଇ ଶିବାଙ୍ଗ ଚୋପ୍ରାଙ୍କ ସହିତ ୭ ଦିନିଆ ସ୍କୁବା ଡାଇଭିଂ କରି ମହାସାଗରକୁ ଏକ୍ସପ୍ଲୋର କରୁଛନ୍ତି । ତେବେ ସେ ଏହି ସମୟର କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ସ୍କୁବା ଡାଇଭିଂ କରି ଖୁବ ଶାନ୍ତି ପାଇଥିବା କହିଛନ୍ତି ।
ପରିଣୀତି, ତାଙ୍କ ଭାଇ ଓ ଆଉ ୧୪ ଜଣ ସ୍କୁବା ଡାଇଭିଂ କରି ପାଣି ଭିତରର ଦୃଶ୍ୟ ଦେଖିଛନ୍ତି । ସୋସିଆଲ ମିଡ଼ିଆରେ ସେୟାର କରିଥିବା ଭିଡ଼ିଓରେ ପରିଣୀତି ପାଣି ଭିତରୁ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡ଼ିଓରେ ସେ ମାଳଦ୍ବୀପରେ ନିଜ ରୁମ ଟୁର୍ କରିଛନ୍ତି । ପରିଣୀତି ତାଙ୍କ ପିତାମାତା ଓ ଭାଇଙ୍କ ସହିତ ମାଳଦ୍ବୀପ ଛୁଟି କାଟିବାକୁ ଯାଇଛନ୍ତି ।