ଓଡିଶା

odisha

ETV Bharat / sitara

‘ସାଇନା’ ଟିଜରକୁ ପସନ୍ଦ, ପୋଷ୍ଟରକୁ ନିନ୍ଦା - ବାୟୋପିକ ସାଇନାର ନୂଆ ପୋଷ୍ଟ

ବାୟୋପିକ ‘ସାଇନା’ ମେକର୍ସଙ୍କୁ ଅପମାନ କଲେ ଟ୍ରୋଲର୍ସ । କାରଣ ପରିଣୀତି ସାଇନା ନୁହେଁ ସାନିଆଙ୍କ ଭଳି ଫ୍ଲାଇଂ କରୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 5, 2021, 1:54 PM IST

ମୁମ୍ବାଇ: ଆସନ୍ତା 26 ତାରିଖରେ ଫେମସ ବ୍ୟାଡମିଣ୍ଟନ ପ୍ଲେୟାର ସାଇନା ନେହୱାଲଙ୍କ ସଂଘର୍ଷମୟ କାହାଣୀ ଦେଖିବାକୁ ମିଳିବ । ଯାହାକୁ ନେଇ ପରଦାକୁ ଫେରିରେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା । ନିକଟରେ ବାୟୋପିକ ‘ସାଇନା’ର ଦମଦାର ଟିଜର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପ୍ରଶଂସା ମିଳିଛି । ଗତ କିଛି ମାସ ଧରି ଏହି ଫିଲ୍ମର ଲଗାତାର ସୁଟିଂ ଚାଲିଛି ଏବଂ ପରିଣୀତିଙ୍କ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସାଇନାଙ୍କ ଭୂମିକାରେ ପରିଣିତିଙ୍କ ଚମତ୍କାର ଲୁକ ଦେଖିବାକୁ ମିଳିଛି । ହେଲେ ଇତିମଧ୍ୟରେ ମେକର୍ସଙ୍କୁ ଟାର୍ଗେଟ କରିଛନ୍ତି କିଛି ଟ୍ରୋଲର୍ସ ।

କାରଣ ନିକଟରେ ଜାରି ହୋଇଥିବା ଏକ ଫିଲ୍ମର ପୋଷ୍ଟରକୁ ନେଇ ଖପ୍ପା ଅଛନ୍ତି ଅନେକ ୟୁଜର୍ସ । ସେମାନଙ୍କ ଅନୁଯାୟୀ ଏହି ଫିଲ୍ମଟି ସାଇନାଙ୍କ ବାୟୋପିକ ଟେନିସ୍ ପ୍ଲେୟାର ସାନିଆ ମିର୍ଜାଙ୍କର ନୁହେଁ । କାରଣ ପୋଷ୍ଟରେ ସାନିଆଙ୍କ ଆକ୍ସନକୁ କପି କରାଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରିଣୀତି ଚୋପ୍ରା

ସେହିପରି ଏଥିରେ କମେଣ୍ଟ କରି ୟୁଜର୍ସ ଲେଖିଛନ୍ତି, ‘ସାନିଆ ମିର୍ଜାଙ୍କ ପରି କାମ କରୁଛନ୍ତି ସାଇନା ନେହୱାଲ । ପରିଣୀତି ଟେନିସ୍ ଖେଳିଲା ଭଳି ଲାଗୁଛନ୍ତି ବ୍ୟାଡମିଣ୍ଟନ ନୁହେଁ ।’ ବର୍ତ୍ତମାନ ଏହି ପୋଷ୍ଟରକୁ ଭାଇରାଲ କରି ଅପମାନଭରା କମେଣ୍ଟ କରୁଛନ୍ତି ସମସ୍ତେ ।

ABOUT THE AUTHOR

...view details