ମୁମ୍ବାଇ: ବୁଧବାର ଦିନ ସୁନ୍ଦରୀ ଅଭିନେତ୍ରୀ ପରିଣୀତି ଚୋପ୍ରା ସୋସିଆଲ ମିଡିଆରେ ମା' ରେନା ଚୋପ୍ରାଙ୍କ ପାଇଁ ଏକ ଆକର୍ଷଣୀୟ ପୋଷ୍ଟ କରିଥିଲେ । ସେ ଖାସ୍ ଅନ୍ଦାଜରେ ମା'ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ସେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ବ୍ୟଙ୍ଗାତ୍ମକ ହାସ୍ୟରସ, ଯାତ୍ରା ପ୍ରତି ଭଲପାଇବା ଏବଂ ତାଙ୍କ ମା’ଙ୍କ ବ୍ୟାକରଣଙ୍କଠୁ ସବୁ ଶିଖିଛନ୍ତି ।
ମା'ଙ୍କ ସହ ନିଜ ପିଲା ବେଳର ଏକ ଥ୍ରୋବ୍ୟାକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ପରିଣୀତି ଲେଖିଥିଲେ, ଯଦି ମୋ ମା’ଙ୍କ ଠାରୁ ଗୋଟିଏ ଜିନିଷ ମୁଁ ଶିଖିଛି, ତେବେ ତୁମର ସଂଘର୍ଷ କ’ଣ ହେଉନା କାହିଁକି ହସିବାକୁ ପଡି । ଏହି ମହିଳା ସବୁଠୁ ଶକ୍ତିଶାଳୀ । ସର୍ବଦା ହସୁଥାଅ । ମତେ ଶିଖାଇଥିବା ଗୁରୁତ୍ବପୂର୍ଣ୍ଣ ଜିନିଷ ପାଇଁ ଧନ୍ୟବାଦ । ସେ ହେଉଛନ୍ତି ଆମ ପରିବାରର ଛୋଟ ପରମାଣୁ ବୋମା । ପ୍ରତିଭା, ଦୟା, ସମ୍ମାନ ଏବଂ ଅନୁଗ୍ରହର ଆମର ଛୋଟ ପ୍ୟାକେଟ୍ । ମୁଁ ଆଜି ଯାହା ବି ଜାଣିଛି କେବଳ ତୁମଠୁ ଶିଖିଛି । ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆପଣ ବି ଦେଖନ୍ତୁ ପରିଣୀତିଙ୍କ ଏହି ପୋଷ୍ଟ...