ଓଡିଶା

odisha

ETV Bharat / sitara

'ଦ ଗର୍ଲ ଅନ ଦ ଟ୍ରେନ'ରେ ପରିଣୀତି

ଖୁବ୍ ଶୀଘ୍ର ହଲିଉଡର ପପୁଲାର ଫିଲ୍ମ ହିନ୍ଦୀ ରିମେକରେ ନଜର ଆସିବେ ପରିଣୀତି ଚୋପ୍ରା । ଏବେ ସେ ସାଇନା ନେହୱାଲ ବାୟୋପିକରେ ସୁଟିଂ କରୁଛନ୍ତି ।

By

Published : Apr 24, 2019, 11:43 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପରିଣୀତି ଚୋପ୍ରା

ମୁମ୍ବାଇ: ଏହି ସମୟରେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଆଗାମୀ ବାୟୋପିକ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଖୁବ୍ ଶୀଘ୍ର ପରଦାରେ ବ୍ୟାଡମିଣ୍ଟନ ଖେଳୁଥିବାର ନଜର ଆସିବେ । କାରଣ ସେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଦେଖାଯିବେ । ଇତିମଧ୍ୟରେ ତାଙ୍କୁ ଆଉ ଏକ ବଡ ଫିଲ୍ମର ଅଫର ହୋଇଛି । ସେ ଏକ ହଲିଉଡ ଫିଲ୍ମର ହିନ୍ଦୀ ରିମେକରେ ଅଭିନୟ କରିପାରନ୍ତି ।

ଫିଲ୍ମଟି ହେଲା 'ଦ ଗର୍ଲ ଅନ ଦ ଟ୍ରେନ'ର ହିନ୍ଦୀ ରିମେକ । ଏନେଇ ଘୋଷଣା କରିଛି ରିଲାଏନ୍ସ ଏଣ୍ଟରଟେନମେଣ୍ଟ । 2016ରେ ଆସିଥିବା ଫିଲ୍ମ 'ଦ ଗର୍ଲ ଅନ ଦ ଟ୍ରେନ'କୁ ଷ୍ଟୀଭନ ସ୍ପୀଲପର୍ଗର ପ୍ରଡକ୍ସନ ହାଉସ ଡ୍ରିମୱାର୍କ୍ସ ପିକ୍ଚକ୍ସ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏକାଠି ମିଶି ଫିଲ୍ମଟିକୁ ପ୍ରଯୋଜନା କରିଥିଲା ।

ଟେଟ ଟେଲର ନିର୍ଦ୍ଦେଶିତ ଏହି ଫିଲ୍ମରେ ପପୁଲାର ବ୍ରିଟିଶ ଅଭିନେତ୍ରୀ ଏମିଲୀ ବ୍ଲଣ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଶାନଦାର କଲେକ୍ସନ ମଧ୍ୟ କରିବାରେ ସଫଳ ହୋଇଥିଲା । ଏବର୍ଷ ଆରମ୍ଭ ହେବାକୁ ଯାଉଥିବା 'ଦ ଗର୍ଲ ଅନ ଦ ଟ୍ରେନ'ର ଏହି ଅଫିସିଆଲ ରିମେକକୁ ରିଭୁ ଦାସଗୁପ୍ତା ନିର୍ଦ୍ଦେଶନା କରିବେ ।

ମିଷ୍ଟ୍ରି ଥ୍ରିଲର ଡ୍ରାମା କାହାଣୀ ସହ ଏହି ଫିଲ୍ମରେ ପରିଣୀତି କିଛି ନୂଆ କରୁଥିବାର ନଜର ଆସିବେ । ଫିଲ୍ମ 'କେସରୀ' ସହ ଏବର୍ଷ ପରିଣୀତିଙ୍କ ଆଉ ଦୁଇଟି ନୂଆ ଫିଲ୍ମ 'ସନ୍ଦୀପ ଔର ପିଙ୍କି ଫରାର' ଏବଂ 'ଜବରିୟା ଯୋଡି' ରିଲିଜ ହେବ ।

ABOUT THE AUTHOR

...view details