ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ବର୍ତ୍ତମାନ ନିଜର ଆଗାମୀ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମକୁ ନେଇ ବ୍ୟସ୍ତ । ସେ ଖୁବଶୀଘ୍ର ପପୁଲାର ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହେୱାଲଙ୍କ ବାୟୋପିକରେ ନଜର ଆସିବେ । ଯାହା ପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡୁଛି । କିଛି ଦିନ ପୂର୍ବରୁ ସେ ବ୍ୟାଡମିଣ୍ଟନ ଟ୍ରେନିଂ ନେବା ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ କିନ୍ତୁ ତାଙ୍କ ଫ୍ୟାନ୍ସଙ୍କ ପାଇଁ ବ୍ୟାଡ ନ୍ୟୁଜ ସାମ୍ନାକୁ ଆସିଛି ।
ସୁଟିଂ ସମୟରେ ତାଙ୍କୁ ଆଘାତ ଲାଗିଛି । ଯାହା ପାଇଁ ବର୍ତ୍ତମାନ ତାଙ୍କୁ ବିଶ୍ରାମ କରିବାକୁ ପରାର୍ମଶ ଦେଇଛନ୍ତି ଡାକ୍ତର । ଏହାର ସୂଚନା ସେ ଟ୍ବିଟରେ ନିଜ ବ୍ୟାକସାଇଡ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି । ଫଟୋରେ ସେ ବେକରେ ଏକ ବ୍ଲୁ କଲରର ବ୍ୟାଣ୍ଡେଜ ପିନ୍ଧିଥିବାର ନଜର ଆସୁଛନ୍ତି ।