ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ହଲିଉଡ ଫିଲ୍ମ ‘ଦ ଗାର୍ଲ ଅନ ଦ ଟ୍ରେନ’ର ହିନ୍ଦୀ ରିମେକରେ ନଜର ଆସିବେ । ଯାହାର ସୁଟିଂ ନିକଟରେ ପୂରଣ କରିସାରିଛନ୍ତି ପରିଣୀତି । ଯାହାକୁ ନେଇ ଫ୍ୟାନ ଉତ୍ସାହିତ ଥିବାବେଳେ ପରିଣୀତି କିନ୍ତୁ ଟିକେ ଭାବୁକ ଦେଖାଯାଇଛନ୍ତି । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ‘ଲେଖିଛନ୍ତି, ତେବେ ମୁଁ ସାତ ସପ୍ତାହ ପରେ ଲଣ୍ଡନରୁ ଯାଉଛି । ଦ ଗାର୍ଲ ଅନ ଦ ଟ୍ରେନର ସୁଟିଂ ଶେଷ ହୋଇଯାଇଛି । ମୋ ପାଖରେ ଭାବନାକୁ ବ୍ୟକ୍ତ କରିବା ପାଇଁ ଶବ୍ଦ ନାହିଁ । ଭାବନା ମତେ ଅଭିଭୂତ କରିଦେଇଛି । ପ୍ରଥମଥର ଏମିତି ହୋଇଛି ଯେ ଫିଲ୍ମର ସୁଟିଂ ଶେଷ ପରେ ମଧ୍ୟ ଏହି ଫିଲ୍ମ ମୋ ସ୍ମରଣରେ ରହିବ । ଏମିତି ଏକ ଚରିତ୍ର ଯାହା ମୋ ସହିତ ସ୍ଥାୟୀ ରୂପେ ରହିବ । ମୋତେ ସୁଟିଂ କଥା ମନେ ପଡୁଛି । ମୋ ଭୂମିକା ବିଷୟରେ ମନେ ପଡୁଛି ।’