ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଭାରତୀୟ ସୈନିକ ତଥା ପୋଲିସ ଫୋର୍ସକୁ ଟ୍ରିବ୍ୟୁଟ ଦେଉଥିବା ବେଳେ ସେନା ଏବଂ ପୋଲିସ କର୍ମଚାରୀଙ୍କୁ ହିରୋ ମାନ୍ୟତା ଦେବାକୁ ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି ।
ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ଅଭିନେତାମାନଙ୍କୁ ପ୍ରାୟତଃ 'ହିରୋ' କୁହାଯାଏ ।
ପରେଶ ତାଙ୍କ ପ୍ରଶଂସକମାନଙ୍କ ସହ ନିଜର ଏକ ଭାବନା ସେୟାର କରିଛନ୍ତି ।
ପରେଶ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଆମେ କଳାକାରମାନଙ୍କୁ ଏଣ୍ଟରଟେନର ବୋଲି କହିବା ଆରମ୍ଭ କରିବା ଉଚିତ୍ । ଏଥିସହ ଆମର ସେନା ଏବଂ ପୋଲିସ କର୍ମଚାରୀମାନଙ୍କୁ ହିରୋ କୁହାଯିବା ଉଚିତ୍ । ଯାହାଫଳରେ ଆମର ଆଗାମୀ ପିଢି ପ୍ରକୃତ ହିରୋର ଅର୍ଥ ଜାଣିପାରିବେ ।
ପରେଶ ରାୱଲଙ୍କ ଏହି ଟ୍ୱିଟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ତାଙ୍କର ଅନେକ ପ୍ରଶଂସକ ଏହା ଉପରେ ନିଜର ମତାମତ ଦେଉଛନ୍ତି ।
20 ମିନିଟରେ, ଏହି ଟୁଇଟ୍ 2 ହଜାର ସେୟାର ହୋଇଥିବାବେଳେ ଛଅ ହଜାରରୁ ଅଧିକ ଭ୍ୟୁୟର୍ସ ଏହାକୁ ପସନ୍ଦ କରିଥିଲେ । ଏହି ଟ୍ୱିଟର ମନ୍ତବ୍ୟରେ ଫ୍ୟାନ୍ସମାନେ ପରେଶ ରାୱଲଙ୍କ ଏହି ଚିନ୍ତାଧାରାକୁ ପ୍ରଶଂସା କରୁଛନ୍ତି ।