ଓଡିଶା

odisha

ETV Bharat / sitara

‘ଏବେ ଦେଶରେ ବାପୁ ନୁହେଁ ବାପା ଅଛନ୍ତି’ - ସିଏଏ ଓ ଏନଆରସି ବିରୋଧ ପ୍ରଦର୍ଶନ

ବିଜେପି ନେତା ସମ୍ବିତ ପାତ୍ରଙ୍କ ଟ୍ବିଟର ପୋଷ୍ଟକୁ ରିଟ୍ବିଟ କରି ନିଜ ରାଗ ପ୍ରକାଶ କଲେ ଅଭିନେତା ପରେଶ ରାୱଲ। ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଦେଶରୁ ଆସାମକୁ ଅଲଗା କରିବା କଥା କହୁଥିବାର ନଜର ଆସୁଛି।

paresh rawal
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରେଶ ରାୱଲ ଫ୍ୟାନକ୍ଲବ

By

Published : Jan 25, 2020, 7:52 PM IST

ମୁମ୍ବାଇ: କିଛି ଦିନ ହେବ ଦେଶରେ ସିଏଏ ଓ ଏନଆରସି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଆସୁଛି । ଏହି ବିରୋଧରେ ଅନେକ ରାଲି ମଧ୍ୟ କରାଯାଉଛି । ହେଲେ ଇତିମଧ୍ୟରେ କିଛି ବିଚ୍ଛନ୍ନତାବାଦୀ ଲୋକ ଏହି ମାମଲାର ଫାଇଦା ଉଠାଇ ଦେଶର ଜନସାଧାରଣଙ୍କୁ ଉସକାଉଛନ୍ତି । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ବିଜେପି ନେତା ସମ୍ବିତ ପାତ୍ର ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଆସାମକୁ ଦେଶରୁ ଅଲଗା କରାଯିବା କଥା କହୁଥିବାର ନଜର ଆସୁଛି ।

ଫଟୋ ସୌଜନ୍ୟ: ଟ୍ବିଟର@ପରେଶ ରାୱଲ

ସେପଟେ ଏହି ଭିଡିଓକୁ ଦେଖି ବଲିଉଡ ଆକ୍ଟର ତଥା ବିଜେପି ସାଂସଦ ପରେଶ ରାୱଲ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତଙ୍କ ପୋଷ୍ଟକୁ ସେୟାର କରି ପରେଶ ଲେଖିଛନ୍ତି, ‘ଏହି ବ୍ୟକ୍ତି ଜଣଙ୍କ ଜିନ୍ନା ହେବାକୁ ଚାହୁଛନ୍ତି । ହେଲେ ଦୁଃଖର ବିଷୟ ବାପୁ ତ ନାହାଁନ୍ତି ଏବେ ବାପା ଅଛନ୍ତି।’ ବର୍ତ୍ତମାନ ତାଙ୍କର ଏହି ଟ୍ବିଟ ଉପରେ ପ୍ରଶଂସକଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ସମ୍ବିତ ପାତ୍ର

ପରେଶଙ୍କ ପୂର୍ବରୁ ସମ୍ବିତ ଏହି ଭିଡିଓରେ ଲେଖିଥିଲେ, ‘ବନ୍ଧୁ ଶାହୀନବାଗର ବାସ୍ତବତାକୁ ଦେଖନ୍ତୁ । ଆସାମକୁ କାଟି ଅଲଗା କରିବା ଆମ ଦାୟିତ୍ବ । ଚିକେନ ନେକ ମୁସଲମାନ କାହାନ୍ତି।’

ABOUT THE AUTHOR

...view details