ଓଡିଶା

odisha

ETV Bharat / sitara

ଗାର୍ଲଫ୍ରେଣ୍ଡ ଆକାଂକ୍ଷାଙ୍କ ସହ ବ୍ରେକଅପ କରିବେ ପାରସ - ବିଗ ବସ 13 ଫେମସ ପ୍ରତିଯୋଗୀ ପାରସ ଛାବଡା

ବିଗ ବସ ହାଉସରେ ମାହିରା ଶର୍ମାଙ୍କ ସହ ରୋମାନ୍ସ କରିଥିବା ପାରସ ଛାବଡା ଗାର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀଙ୍କ ସହ ବ୍ରେକଅପ କରିବାକୁ ଯାଉଛନ୍ତି । ଏହାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି ।

paras chhabra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାରସ ଛାବଡା

By

Published : Feb 20, 2020, 6:06 PM IST

ମୁମ୍ବାଇ: ବିଗ ବସ 13ରୁ ଫେମସ ହୋଇଥିବା ପାରସ ଛାବଡା ବର୍ତ୍ତମାନ କଲର୍ସ ଚ୍ୟାନେଲର ନୂଆ ଶୋ ‘ମୁଝସେ ଶାଦୀ କରୋଗେ’ରେ ନଜର ଆସୁଛନ୍ତି। ଏହି ଶୋ ଜରିଆରେ ସେ ନିଜ ପାଇଁ ଲାଇଫ ପାର୍ଟନର ଖୋଜୁଛନ୍ତି। ଏହି ଶୋରେ ଯିବା ପାଇଁ ପାରସ ପୂର୍ବରୁ ନିଜ ଗାର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀଙ୍କ ହୃଦୟ ଭାଙ୍ଗି ସାରିଛନ୍ତି। ବିଗ ବସର ଏକ ଏପିସୋଡରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ପାରସଙ୍କୁ ଗାର୍ଲଫ୍ରେଣ୍ଡଙ୍କ ପାଇଁ ଗାଳି କରିଥିଲେ। ହେଲେ ଏବେ ପାରସ ନିଜେ ଆକାଂକ୍ଷାଙ୍କୁ ସାକ୍ଷାତ କରି ତାଙ୍କୁ ଭୁଲି ଯିବାକୁ କହିବାକୁ ଯାଉଛନ୍ତି।

ପାରସ ଏମିତି କରିବାର କାରଣ ହେଲା ଯେ ମିଡିଆ ସାମ୍ନାରେ ଆକାଂକ୍ଷା ରିଲେସନଶିପ ଉପରେ ଅନେକ କଥା ସେୟାର କରିସାରିଛନ୍ତି। ସେହି ସମୟରେ ସେ ବିଗ ବସ ହାଉସରେ ଥିଲେ। ସେ ଯଦି ତାଙ୍କୁ ପ୍ରେମ କରୁଛନ୍ତି ତେବେ ମିଡିଆ ସାମ୍ନାରେ ବିଶ୍ବାସ ଦେବାର କୌଣସି ଆବଶ୍ୟକ ନଥିଲା। ହେଲେ ଆକାଂକ୍ଷା ପୂର୍ବରୁ ହିଁ ଅନେକ କଥା କହିସାରିଛନ୍ତି। ସେ ଯାହା ବି ବୟାନ ଦେଲେ ସମସ୍ତେ ତାଙ୍କ କଥାରେ ବିଶ୍ବାସ କରିନେଲେ, କେହି ତାଙ୍କ ପକ୍ଷ ଶୁଣିଲେ ନାହିଁ । ଏହି କାରଣ ପାଇଁ ବର୍ତ୍ତମାନ ତାଙ୍କ ସହ ନିଜ ଭବିଷ୍ୟତ ସେ ଦେଖୁନାହାଁନ୍ତି । ସେ ତାଙ୍କ ସହ ବ୍ରେକଅପ କରିବାକୁ ଚାହୁଁଛନ୍ତି । ସେ ଖୁବଶୀଘ୍ର ତାଙ୍କୁ ସାକ୍ଷାତ କରି ବ୍ରେକଅପ କରିବେ।

ସେପଟେ ଆକାଂକ୍ଷାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ମଧ୍ୟ ପାରସଙ୍କ ସହ ନିଜ ରିଲେସନଶିପକୁ ଆଗକୁ ବଢାଇବାକୁ ଚାହୁଁନାହାଁନ୍ତି। ତାଙ୍କ ଅନୁଯାୟୀ ପାରସ ତାଙ୍କ ବିଷୟରେ ଯେତେବେଳେ ଶୋରେ ମିଛ କହିଥିଲେ, ସେହି ସମୟରୁ ସେ ପାରସଙ୍କ ସହ ସବୁ ସମ୍ପର୍କ କାଟି ଦେଇଥିଲେ।

ABOUT THE AUTHOR

...view details