ଓଡିଶା

odisha

ETV Bharat / sitara

ରିଲିଜ ହେଲା ‘ପଲ୍ ପଲ୍ ଦିଲ୍ କେ ପାସ’ର ଟିଜର

ଆସନ୍ତା ସେପ୍ଟେମ୍ବର 20ରେ ରିଲିଜ ହେବ ଫିଲ୍ମ ପଲ୍ ପଲ୍ ଦିଲ୍ କେ ପାସ । ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ କରନ ଦେଓଲ ଓ ସହେର ବାମ୍ବା ।

By

Published : Aug 5, 2019, 3:18 PM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ବଲିଉଡରେ ଖୁବଶୀଘ୍ର ଆଉ ଦୁଇ ଚେହେରାର ଆଗମନ ହେବାକୁ ଯାଉଛି । ଏଥର ଜୁନିୟର ଦେଓଲକୁ ଦେଖିବେ ଦର୍ଶକ । ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଡେବ୍ୟୁ ଅଭିନେତ୍ରୀ ସହେର ବାମ୍ବାଙ୍କ ସହ ଫିଲ୍ମ ‘ପଲ ପଲ ଦିଲ୍ କେ ପାସ’ରେ ରୋମାନ୍ସ କରୁଥିବାର ଦେଖାଯିବେ ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ଆଉ ଟିଜର ରିଲିଜ ହୋଇଯାଇଛି । ଯାହାର ସୂଚନା ଫିଲ୍ମର କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ପୋଷ୍ଟରରେ କରନ ଓ ସହେରଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଛି । ଆଉ ଟିଜରରେ ମଧ୍ୟ ରୋମାଣ୍ଟିକ ଗୀତ ‘ସିନେସେ ତେରେ ସରକୋ ଲଗାକେ’ ସହ ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରି ନଜର ଆସୁଛି ।

ପ୍ରକାଶ ଥାଉକି ଜି ଷ୍ଟୁଡେଓ ସହ ସନ୍ନି ସୁପର ସାଉଣ୍ଡ ପ୍ରଡକ୍ସନ ହାଉସ ମିଶି ଏହି ଫିଲ୍ମରେ ପ୍ରଯୋଜନା କରିଛି । ସେହିପରି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସନ୍ନି ସମ୍ଭାଳିଛନ୍ତି । ଆସନ୍ତା ସେପ୍ଟେମ୍ବର 20ରେ ଫିଲ୍ମକୁ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

ABOUT THE AUTHOR

...view details