ହାଇଦ୍ରାବାଦ: କାଶ୍ମୀରକୁ ପାକିସ୍ତାନରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ ବିଣା ମଲ୍ଲିକ । ଯେଉଁଥିପାଇଁ ଟ୍ରୋଲ ହେବାକୁ ପଡିଛି ବିଣାଙ୍କୁ । ଭାରତୀୟ ୟୁଜର୍ସ ଏହାକୁ ଦେଖି ରାଗିବା ସହ ଜୋରସୋରରେ ଟ୍ରୋଲ କରୁଛନ୍ତି ।
ଦିବା ସ୍ବପ୍ନ ଦେଖୁଛନ୍ତି ପାକିସ୍ତାନ ଅଭିନେତ୍ରୀ, ୟୁଜର୍ସ କଲେ ଟ୍ରୋଲ - କାଶ୍ମୀର
ବିବାଦୀୟ ମନ୍ତବ୍ୟ ଦେଇ ଭାରତୀୟ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ । କାଶ୍ମୀରକୁ ପାକିସ୍ତାନ କରିବାରେ ଦିବା ସ୍ବପ୍ନ ଦେଖୁଛନ୍ତି ଅଭିନେତ୍ରୀ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/theveenamalik
‘ଦୁଧ୍ ମାଙ୍ଗୋଗେ ତୋ ଖିର ଦେଙ୍ଗେ, କାଶ୍ମୀର ମାଙ୍ଗୋଗେ ତୋ ଚିର ଦେଙ୍ଗେ’ବୋଲି ଜଣେ ୟୁଜର୍ସ ଲେଖିଥିବା ବେଳେ ଅନ୍ୟଜଣେ ‘ତୁମ ସ୍ବପ୍ନ, ସ୍ବପ୍ନରେ ରହିଯିବ’ ବୋଲି କହିଛନ୍ତି । ଅନ୍ୟଏକ ୟୁଜର୍ସ ଲେଖିଥିଲେ,‘କାଶ୍ମୀର ପଛରେ ପଡିବାକୁ ଚେଷ୍ଟା କରନି ନହେଲେ ତମ ଲାହୋରକୁ ନେଇ ଆସିବୁ’ ।
ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/theveenamalik
ଜମ୍ମୁ-କାଶ୍ମୀର ଉପରୁ 370 ଅନୁଚ୍ଛେଦର ପୁର୍ନଗଠନ ପରେ ସମ୍ପର୍ଣ୍ଣ ପାକିସ୍ତାନର ପାଦତଳୁ ମାଟି ଖସି ଯାଇଛି । ରାଗରେ ଜର୍ଜରିତ ପଡୋଶୀ ଶତ୍ରୁ ରାଷ୍ଟ୍ର ଭୁଲ ପଦକ୍ଷେପ ନେବାରେ ଲାଗିଛି । ଏହାପୂର୍ବରୁ ମଧ୍ୟ ଏହି ଅଭିନେତ୍ରୀ ଜଣକ ଟ୍ରୋଲ ହୋଇଥିଲେ ।