ଓଡିଶା

odisha

ETV Bharat / sitara

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କୁ କୋରୋନା

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମାହିରା ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ସହ ରଇସ ଫିଲ୍ମରେ ନଜର ଆସିଥିଲେ । ଅଧିକ ପଢନ୍ତୁ...

pakistani-actress-mahira-khan-tested-corona-positive
ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କୁ କୋରୋନା

By

Published : Dec 13, 2020, 8:33 PM IST

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରବିବାର ଦିନ ମାହିରା ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି ।

'ହମସଫର', 'ସଦକେ ତୁମ୍ବାରେ' ଏବଂ 'ବୋଲ' ଏବଂ 'ବିନ୍ ରୋଏ' ଭଳି ଚଳଚ୍ଚିତ୍ର ପାଇଁ ଫେମସ ଅଭିନେତ୍ରୀ କହିଛନ୍ତି ଯେ, କୋଭିଡ -19 ସଂକ୍ରମିତ ହେବା କଷ୍ଟକର କିନ୍ତୁ ଆଶା କରୁଛି ମୁଁ ଶୀଘ୍ର ସୁସ୍ଥ ହୋଇଯିବି।

ମାହିରା ଲେଖିଛନ୍ତି, 'ମୁ୍ଁ କୋଭିଡ -19 ସଂକ୍ରମିତ ହୋଇଛି । ମୁଁ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛି ଏବଂ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିବା ଲୋକ ନିଜର କୋରୋନା ଟେଷ୍ଟ କରିବାକୁ ମୁଁ ଅନୁରୋଧ କରୁଛି । ଏହା କଷ୍ଟସାଧ୍ୟ, ମୁଁ ଶୀଘ୍ର ସୁସ୍ଥ ହୋଇଯିବି, ଇନଶା ଆଲ୍ଲା ।

ଏଥିସହିତ ଅଭିନେତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଅନ୍ୟ ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ପ୍ରକାଶ ଥାଉ ଯେ, ମାହିରା ନିକଟରେ ଲାହୋରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ନିଲୋଫର'ର ସୁଟିଂ ଶେଷ କରିଛନ୍ତି।

ABOUT THE AUTHOR

...view details